୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଭାରତର କମ୍ୟୁନିଷ୍ଟ ପାର୍ଟି(ମର୍କ୍ସବାଦୀ) ର ଦଶପଲ୍ଲା ଆଞ୍ଚଳିକ ସମ୍ମିଲନୀ ମଧ୍ୟଖଣ୍ଡ ପଞ୍ଚାୟତର ମହାନ୍ତିପଲି ଠାରେ ଅନୁଷ୍ଠିତ ହୋଯାଇଅଛି। ସମ୍ମିଳନୀ ଅନୁଷ୍ଠିତ ହେବା ପୂର୍ବରୁ ପ୍ରଥମେ ପାର୍ଟିର ଲାଲ ପତାକାକୁ ପାର୍ଟିର ଜିଲ୍ଲା ସମ୍ପାଦକ ଶରତ ବେହେରା କର୍ମୀ ମାନଙ୍କ ଗହଣରେ ଉତ୍ତୋଳନ କରିଥିଲେ। ସମସ୍ତ କର୍ମୀ ସହୀଦ ବେଦିରେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀକୁ ପାର୍ଟିର ବରିଷ୍ଠ ନେତା ବିଶ୍ବନାଥ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ତାଙ୍କର ଉଦ୍ଘାଟନୀ ବକ୍ୟାବ୍ୟରେ ଭାରତ ବର୍ଷର ସ୍ଵାଧୀନତା ଆନ୍ଦୋଳନ ବେଳୁ ସ୍ଵାଧୀନୋତ୍ତର ଭାରତ ବର୍ଷରେ କମ୍ୟୁନିଷ୍ଟ ମାନଙ୍କର ତ୍ୟାଗପୁତ୍ତ ସଂଗ୍ରାମ ବିଷକୁ ବର୍ଣ୍ଣନା କରିବା ସହିତ ଆଜିର କଠିନପରିସ୍ଥିତିରେ କମ୍ୟୁନିଷ୍ଟ ମାନଙ୍କର ଦାୟିତ୍ଵ ଆହୁରି ବଢ଼ିଯାଇଛି ବୋଲି କହିଥିଲେ।ଏଥିପାଇଁ ସମସ୍ତେ ନିଃସ୍ଵାର୍ଥପର ଭାବେ କାମ କରିବାକୁ ଆହ୍ବାନ ଦେଇଥିଲେ ।
