୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ । ୩ଶହ କେଜିରୁ ଉର୍ଦ୍ଧ୍ବ ମହୁଲ ପୋଚ ନଷ୍ଟ କରିଥିବା ବେଳେ ୪୦ ଲିଟରରୁ ଉର୍ଦ୍ଧ୍ବ ମହୁଲି ମଦ ଜବତ କରାଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ୍ ଦେଶୀ ମଦ ରନ୍ଧା ଓ ବିକ୍ରି ବୃଦ୍ଧି ପାଉଥିବା ବେଳେ ଅଞ୍ଚଳର ଗରିବ ଶ୍ରେଣୀର ଲୋକେ ଏହି ମଦ ପିଇ ମାତାଲ୍ ହୋଇ ପରିବାରରେ ଅଶାନ୍ତିର କାରଣ ସାଜିଥିବା ଅଭିଯୋଗ ମଧ ହେଉଛି ।
