ଫୁଲନଖରା ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରୁ ଚୋରିକାର ଡୁମୁଡୁମାରୁ ଜବତ

୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ – ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ଫୁଲନଖରା ଛକ ନିକଟସ୍ଥ ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରୁ ଗତ ୧୯ ତାରିଖ ଅପରାହ୍ନ ୨ଟା ୧୭ ରେ ଓ ଆର -୦୫-୬୫୨୫ ନମ୍ବର ବିଶିଷ୍ଟ ହୁଣ୍ଡାଇ ଇଓନ କାରକୁ ଜଣେ ଯୁବକ ଟେଷ୍ଟ ଡ଼୍ର।ଇଭରେ ନେଇ ଆଉ ଫେରିନଥିଲା । କାର ମାଲିକ ବାଲିଅନ୍ତା ଥାନା ଜଗନ୍ନାଥପୁର ଅଞ୍ଚଳର କ୍ରିଷ୍ଣା ମୋହନ ଆଚାର୍ଯ୍ୟ ଦୀର୍ଘ ସମୟ ଅପେକ୍ଷା କରି ନିରାଶ ହେବା ପରେ ଏନେଇ କଟକ ସଦର ଥାନାରେ ତାଙ୍କ କାର ଚୋରି ସଂପର୍କରେ ଅଭିଯୋଗ କରିଥିଲେ ।

କଟକ ସଦର ପୋଲିସ ଘଟଣାର ତଦନ୍ତ କରି ଚୋରି ହୋଇଥିବା ଇଓନ କାରକୁ ଭୁବନେଶ୍ୱର ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରୁ ଜବତ କରିବା ସହିତ ସାନୁଆର ହୁସେନ ଆଲିଆସ ରାଜା ୨୯ ବର୍ଷ ନାମକ ଯୁବକକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ନାମରେ କଟକ ସଦର ଥାନାରେ ୩୦୩ (୨) ଦଫାରେ ମାମଲା ରୁଜୁ କରିଛି । ସଦର ଥାନା କେସନମ୍ବର-୫୭୮ ।

Exit mobile version