
୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ୧୬ ନମ୍ବର ଜାତୀୟ ରାଜପଥ କଡ଼ ଚମ୍ପାଗଡ଼ ଜଙ୍ଗଲରେ ଚାଲିଥିଲା ହାଇଟେକ ପଦ୍ଧତିରେ ବଡ଼ ଧରଣର ଜୁଆ ଆଡ୍ଡା। ସେହି ଆଡ୍ଡା ସ୍ଥଳୀରେ ଜିଲ୍ଲା ବାହାରୁ ଜୁଆଡ଼ି ଆସି କରୁଥିଲେ ଖେଳ ।ଖବର ପାଇ ଚମ୍ପାଗଡ଼ ଜଙ୍ଗଲରେ ଚାନ୍ଦପୁର ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରିଥିଲ।।ଜଣେ ମହିଳା ସମେତ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ଚାନ୍ଦପୁର ପୋଲିସ।ଜୁଆ ଆଡ୍ଡାରୁ ଲକ୍ଷାଧିକ ଟଙ୍କା ଜବତ କରିବା ସହ ୩ଟି ବାଇକ ଜବତ କରିଛି ଚାନ୍ଦପୁର ପୋଲିସ୍।

