୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ପରିବେଶ ସୁରକ୍ଷା ଏବଂ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ରଥ କାଠ ନିମନ୍ତେ ଆଜି ବାଙ୍କୀ ମେଡିକାଲ୍ ରୋଡ ଜଗନ୍ନାଥ ପୂଜା କମିଟି ଓ ସାମାଜିକ ଅନୁଷ୍ଠାନ ‘ଅସ୍ତିତ୍ୱ’ ମିଳିତ ସହଯୋଗରେ ଲିମ୍ବ ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିବେଶବିତ୍ ତଥା ଭାରତ ସରକାରଙ୍କ ଟୁରିଷ୍ଟ ଗାଇଡ୍ ଲଳିତମୋହନ ପଣ୍ଡା ଉଦ୍ଘାଟନ କରିଥିଲେ । ଜଗନ୍ନାଥ ପୂଜା କମିଟି ଓ ଅସ୍ତିତ୍ୱ ପକ୍ଷରୁ ୨୦ଗୋଟି ଲିମ୍ବ ଚାରା ବଣ୍ଟନ କରାଯାଇଛି ।
