Home ଓଡ଼ିଶା ଡମପଡ଼ା ବ୍ଲକ ସିଡିପିଓଙ୍କ ବାତ୍ୟା ପ୍ରଭାବିତ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାତ୍ୟା ‘ଦାନା’ର ପ୍ରଭାବକୁ ଆଖିରେ ରଖି ବାଙ୍କୀ ପ୍ରଶାସନ ବିଶେଷ ଭାବରେ ତତ୍ପର ହୋଇ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରଖାଯାଇଥିଲା । ଡମପଡ଼ା ବ୍ଲକ ସମନ୍ୱୟ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଅଙ୍ଗନୱାଡି ସୁପରଭାଇଜରମାନେ ସିଡିପିଓ ସଂଯୁକ୍ତା ସାହୁଙ୍କ ନିର୍ଦ୍ଦେଶରେ ୪୫ଗୋଟି ବାତ୍ୟା ଆଶ୍ରୟସ୍ଥଳୀରେ ମହିଳା, ଶିଶୁ ଓ ଯେଉଁମାନଙ୍କର ଚାଳଘର ଅଛି ସେମାନଙ୍କୁ ରଖିବା ସହ ସେମାନେ କିପରି ପୋଷଣ ଖାଦ୍ୟ ଖାଇବେ ସେଥିପାଇଁ ତଦାରଖ କରିଥିଲେ । ସେହିପରି ୨୩ରୁ ୩୦ବର୍ଷ ପର୍ଯ୍ୟନ୍ତ ଆସନ୍ନ ପ୍ରସବ ୧୨ଜଣ ଗର୍ଭବତୀ ମହିଳାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଆଜି ଡମପଡ଼ା ବ୍ଲକ ସିଡିପିଓ ଶ୍ରୀମତୀ ସାହୁ ଡମପଡ଼ା ବ୍ଲକର ବିଭିନ୍ନ ଅଙ୍ଗୱାଡି କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀମାନେ କିପରି ଅଛନ୍ତି ଏବଂ ସେମାନଙ୍କ ପାଖରେ ଛତୁଆ ଓ ଔଷଧ ଠିକ୍ ଭାବରେ ପହଞ୍ôଚଛି କି ନାହିଁ ତଦାରଖ କରିବା ସହିତ ଶିଶୁ ମାନଙ୍କୁ କୋହଲା ପାଗରେ ବାହାରେ ନବୁଲାଇବା ପାଇଁ ଅଭିଭାବକମାନଙ୍କୁ ଅନୁରୋଧ କରିଥିଲେ । ପରିଦର୍ଶନ ସମୟରେ ଅଙ୍ଗନୱାଡି ସୁପରଭାଇଜର ଆରତୀ ସାମଲ, ଛିତା ହେମ୍ବ୍ରମ୍ , ସଂଯୁକ୍ତା ମହାପାତ୍ର, ଛବିରାଣୀ ଗାଗାରେଇ, ଫୁଲରାଣୀ ବେହେରା ପ୍ରମୁଖ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026