ବାତ୍ୟା ଦାନାକୁ ନେଇ ବାଙ୍କୀ ବିଧାୟକଙ୍କ ସରଣ୍ଡା ଅଞ୍ଚଳର ସ୍ଥିତି ସମୀକ୍ଷା  

୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ସାହାସର ସହିତ ମୁକାବିଲା କରିବା ପାଇଁ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଆଜି ଉତ୍ତର ବାଙ୍କୀ ସରଣ୍ଡା ଅଞ୍ଚଳ ବାତ୍ୟାଞ୍ଚଳ ପରିଦର୍ଶନ କରି ବାଙ୍କୀ ନିର୍ବାଚନ ମଣ୍ଡଳୀର ସମସ୍ତ ଅଧିବାସୀଙ୍କୁ ଅନୁରୋଧ କରିଛନ୍ତି । ବାଙ୍କୀ ପ୍ରଶାସନ ପକ୍ଷରୁ ବାତ୍ୟାକୁ ମୁକାବିଲା କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଥିବା ୪୫ଗୋଟି ପଂଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ୧୭ଗୋଟି ୱାର୍ଡର ସମସ୍ତ ଲୋକପ୍ରତିନିଧି ଓ ବିଜୁ ଛାତ୍ରଜନତାଦଳ ଯୁବବନ୍ଧୁ ମାନଙ୍କୁ ଏଥିରେ ସାମିଲ୍ ହେବାପାଇଁ ଅନୁରୋଧ କରିଛନ୍ତି ।ନିଜ ନିଜ ଅଞ୍ଚଳରେ ବାତ୍ୟା ‘ଦାନା’ର ପ୍ରଭାବରେ କୌଣସି ପ୍ରକାର ଅଘଟଣ ନଘଟେ ସେଥିପାଇଁ ପ୍ରଶାସନ , ଲୋକପ୍ରତିନିଧି ଓ ବିଜୁଯୁବଛାତ୍ର ଜନତା କର୍ମୀମାନେ ଜନସାଧାରଣଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାପାଇଁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି । ଏତଦ୍‌ବ୍ୟତୀତ ବିିଭିନ୍ନ ବନ୍ୟା, ବାତ୍ୟା, ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟ ମାନଙ୍କରେ ରହିଥିବା ଲୋକମାନଙ୍କ ସମସ୍ୟା ବୁଝିବା ସହ ଆବଶ୍ୟକୀୟ ମୁତାବକ ଖାଦ୍ୟ,

ପାଣି, ଔଷଧ ଓ ଆବଶ୍ୟକମୁତାବକ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବାପାଇଁ ଶ୍ରୀ ତ୍ରିପାଠୀ ପ୍ରଶାସନ ସହ ଆଲୋଚନା କରିଛନ୍ତି । ବାତ୍ୟା ପାଇଁ କୌଣସି ପ୍ରକାର ଭୟଭୀତ ନହୋଇ ଏହାର ମୁକାବିଲା କରିବା ପାଇଁ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣ ଆଗେଇ ଆସିବା ପାଇଁ ଶ୍ରୀ ତ୍ରିପାଠୀ କହିଛନ୍ତି ।

Exit mobile version