୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ଗର୍ବଗୌରବ କହିଲେ ଅତ୍ୟୁକ୍ତି ହେବନାହିଁ । ଯାହା କି ପଞ୍ଚାୟତ ଲାଗି ପ୍ରଥମ OAS ଅଫିସର୍ ହେବ ଆର.ଉଦୟଗିରି ବ୍ଳକ ଛେଲାଗଡ଼ ପଞ୍ଚାୟତର ଗଡର ଗ୍ରାମର ଯୁବକ କଳିଙ୍ଗ କୁମାର ପୂଜାରୀ । କଳିଙ୍ଗ ଜଣେ ଆଦିବାସୀ ବହୁଳ ଦୁର୍ଗମ ଅଞ୍ଚଳର ଜଣେ ମେଧାବୀ ଛାତ୍ର । ଆସା ଓ ଇଚ୍ଛା ଅନେକ ଥିଲା ଦିନେ ଜଣେ ଓଏଏସ ଅଫିସର ହେବାର ବାପା ମା ତଥା ଗୁରୁଜନ ମାନଙ୍କ ପ୍ରେରଣାରେ ଆଜି ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିଛନ୍ତି । ଏହି ଖୁସିରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେବା ଲାଗି ଅଞ୍ଚଳ ବାସୀ ନିଜ ପଞ୍ଚାୟତରେ ଏକ ସଭାର ଆୟୋଜନ କରିଥିଲେ ।

