୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଓଡ଼ିଶା ମଞ୍ଚନାଟ୍ୟ ଆନ୍ଦୋଳନର ମହାରଥି,ବିଶିଷ୍ଟ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ, ବିଶିଷ୍ଟ ବେତାର ଶିଳ୍ପୀ ଲଷ୍ମୀଧର ତ୍ରିପାଠୀ ଙ୍କ ପରଲୋକ ଘଟିଛି | ଦୂରଦର୍ଶନ ଓ ଚଳଚ୍ଚିତ୍ର ଅଭିନେତା,ଆଦର୍ଶ ଶିକ୍ଷକ,ଓଷ୍ଟାର ପୁରୀ ଜିଲ୍ଲା ପୂର୍ବତନ ସଭାପତି, ରାଜ୍ୟସ୍ତରୀୟ ଶିକ୍ଷକ ନେତା,ପୁରୀ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମହାସଂଘର ପୂର୍ବତନ ସଭାପତି ଥିଲେ | କୃଷକ ବିଦ୍ୟାପୀଠ ଓ ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଭାବେ ବ୍ରହ୍ମଗିରି ଅଂଚଳରେ ବେଶ ପରିଚିତ ଥିଲେ | ଅନନ୍ୟ ଓ ଅଗ୍ନିବର୍ଷୀ ପ୍ରଚଣ୍ଡ ବାଗ୍ମୀ, ସାଂସ୍କୃତିକ ଆନ୍ଦୋଳନର ପୁରୋଧା, ସାମାଜିକ ଆନ୍ଦୋଳନ, ଚିଲିକା ଆନ୍ଦୋଳନ ର ଅନ୍ୟତମ ମହାରଥି ଭାବେ ବେଶ ଦକ୍ଷତା ର ସହ କାର୍ଯ୍ୟ କରିଥିଲେ |

