
୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର/ତାଳଚେର/ଅନୁଗୁଳ :-> ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ତାଳଚେର ରୋଡ଼ ରେଳ ଷ୍ଟେସନକୁ ପ୍ରାୟ 19 କୋଟି ଟଙ୍କା ବ୍ୟୟରେ ପୁନଃ ବିକଶିତ କରାଯାଉଅଛି | ଯାତ୍ରୀମାନଙ୍କ ସୁବିଧାକୁ ସୁଦୃଢ଼ କରିବା ଏବଂ ନିକଟସ୍ଥ କୋଇଲା କ୍ଷେତ୍ର, ପାୱାର ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଶିଳ୍ପ ଦ୍ୱାରା ସୃଷ୍ଟି ହେଉଥିବା ଟ୍ରାଫିକକୁ ସଠିକ ପରିଚାଳନା କରିବା ଏହି ପ୍ରକଳ୍ପର ଲକ୍ଷ୍ୟ |

