ଖପ୍ରାଖୋଲ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଅର୍ଦ୍ଧ ବାର୍ଷିକୀ ଜନଶୁଣାଣି : ଚାରି ହଜାର ଦୁଇଶହ ତେଷଠି ପରିବାର ପାଇଛନ୍ତି ଶହେ ଦିନର କାମ

୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ସ୍ଥାନୀୟ ବ୍ଲକ୍ ସଭା ଗୃହ ଠାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ର ଅର୍ଦ୍ଧ ବାର୍ଷିକୀ ଜନଶୁଣାଣୀ ଶୁକ୍ରବାର ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଜନ ଶୁଣାଣୀ ରେ ନୋଡାଲ ଅଧିକାରୀ ଭାବେ ପାଟଣାଗଡ ସହକାରୀ ଉପ ଜିଲ୍ଲାପାଳ ନିରୁପମା ଟେଟେ, ବ୍ଲକ୍ ଅଧ୍ୟକ୍ଷା ନିରୁପମା ପଟେଲ, ଉପମୁଖ୍ୟ ମନ୍ତ୍ରୀ ଙ୍କ ବ୍ଲକ୍ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ବ୍ଲକ୍ ଉପାଧ୍ୟକ୍ଷ ସୁଖିରାମ୍ ସାଣ୍ଡ, ସହକାରୀ ଯନ୍ତ୍ରୀ କୁଳମଣି ଭୋଇ, ସରପଞ୍ଚ ସିମାଞ୍ଚଳ ପୁରୋହିତ ପ୍ରମୁଖ ମଞ୍ଚାସିନ ଥିଲେ।

ଏହି ଅବସରରେ ବିଡ଼ିଓ ଷଡ଼ଙ୍ଗୀ ଅକ୍ଟୋବର ୨୦୨୩ ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ଅର୍ଦ୍ଧ ବାର୍ଷିକୀ ବ୍ୟୟବରାଦ ରିପୋର୍ଟ କାର୍ଡ ଉପସ୍ଥାପନ କରିଥିବା ବେଳେ ବିଭିନ୍ନ ବିଭାଗ ର ଅଧିକାରୀ ତାଙ୍କ ବ୍ୟୟ ରିପୋର୍ଟ କାର୍ଡ ଉପସ୍ଥାପନ କରିଥିଲେ। ସୋସିଆଲ ଅଡିଟ ୟୁନିଟ ଦ୍ୱାରା ଯୋଜନା ର ବ୍ୟତିକ୍ରମ ଓ ସମସ୍ୟା ଉପସ୍ଥାପନ କରାଯାଇଥିଲା । ଏହି ଅବସରରେ ନିର୍ଦ୍ଧାରିତ ଛଅ ମାସ ମଧ୍ୟରେ ବ୍ଲକ୍ ରେ ମୋଟ୧୭ କୋଟି ୨୬ ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୪ ହଜାର୨୬୩ ପରିବାର ଶହେ ଦିନ ର କାମ ପାଇଥିବା ସୂଚନା ଦେଇଥିଲେ ।

ଏହି ଅବସରରେ କେତେକ ହିତାଧିକାରୀ ତାଙ୍କ ସମସ୍ୟା ଉପସ୍ଥାପନ କରିଥିବା ବେଳେ ସପ୍ତାହେ ମଧ୍ୟରେ ସମସ୍ୟା ସମାଧାନ ଉପରେ ନୋଡାଲ ଅଧିକାରୀ କହିଥିଲେ। ଏହି ଅବସରରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜୀନିତା ବରୁଆ, ମୃତ୍ତିକା ସଂରକ୍ଷଣ ଅଧିକାରୀ ଶେଷ ଦେବ ମେହେର, ଜଙ୍ଗଲ ବିଭାଗ ରୁ ରାଜେନ୍ଦ୍ର ଧରୁଆ, କନିଷ୍ଟ ଯନ୍ତ୍ରୀ, ପି ଇ ଓ, ଜି ଆର ଏସ, ଭି ଆର ପି, ଗାଁ ସାଥି ଓ ଶ୍ରମିକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଏ ପି ଓ ପ୍ରଶାନ୍ତ କୁମାର ସାହୁ, ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟ ଭାନୁ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version