୨୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଧାମରା ଅଂଚଳ ଗସ୍ତ କରିଥିଲେ । ଧାମରା ଠାରେ ବାତ୍ୟା “ଦାନା” ଲ୍ୟାଣ୍ଡଫଲ କରିଥିଲା । ସେଠାରେ ବାତ୍ୟା ପ୍ରପୀଡିତକୁ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ବାତ୍ୟାରେ କ୍ଷୟକ୍ଷତି ସମ୍ପର୍କରେ ବାତ୍ୟା ପ୍ରଭାବିତ ମାନଙ୍କ ଠାରୁ ଅବଗତ ହେବା ସହ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳ ଏହି ଟିମ ଗସ୍ତ କରିଥିଲେ । ବାତ୍ୟା ପ୍ରପୀଡିତକୁ ତୁରନ୍ତ କ୍ଷତିପୂରଣ ଦେବାପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରନ୍ତୁ ବୋଲି ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା । ଚାଷୀମାନଙ୍କର ବିପୁଳ କ୍ଷତି ହୋଇଛି ।

