Home ଓଡ଼ିଶା ଓଡ଼ିଶାର ସବୁଠୁ ବଡ଼ ଉତ୍ସବ ‘ଜୀ ସାର୍ଥକ ସଂସାର ଅୱାର୍ଡ’ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦୨୪ ଅକ୍ଟୋବର ୨୭ ତାରିଖ ସନ୍ଧ୍ୟା ୬.୩୦ ମିନିଟରେ ୨୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଓଡିଆ ଘରର ପରମ୍ପରା ଓ ରୀତିନୀତିକୁ ନେଇ ଅନେକ ମନୋଲୋଭା ଧାରାବାହିକ ବା ନିଜର ଦର୍ଶକଙ୍କୁ ମନୋରଞ୍ଜନର କାର୍ଯ୍ୟକ୍ରମ ଭେଟି ଦେଉଛି ଜୀ ସାର୍ଥକ। ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଆୟୋଜନ ହେବାକୁ ଯାଉଛି ଓଡ଼ିଶାର ସବୁଠୁ ବଡ଼ ଉତ୍ସବ ‘ଜୀ ସାର୍ଥକ ସଂସାର ଅୱାର୍ଡ’ ୨୦୨୪ । ଅକ୍ଟୋବର ୨୭ ତାରିଖରେ ଗୋଟିଏ ମଞ୍ଚତଳେ ଆପଣ ଦେଖିବାକୁ ପାଇବେ ଆପଣଙ୍କର ସମସ୍ତ ମନ ପସନ୍ଦର କଳାକାର ବା ଅଭିନେତା ଓ ଅଭିନେତ୍ରୀଙ୍କୁ । ଏହି ଉତ୍ସବରେ ଆପଣଙ୍କର ମନ ପସନ୍ଦ କଳାକାରଙ୍କୁ ମିଳିବ ତାଙ୍କର କଠିନ ପରିଶ୍ରମର ଫଳ ବିଭିନ୍ନ କାଟାଗୋରିର ପୁରସ୍କାର ଭାବରେ। ବିଭିନ୍ନ ଧରଣର ପୁରସ୍କାର ରହିଛି। ଏହି ପୁରସ୍କାରକୁ ପ୍ରାପ୍ୟ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଇ ସମ୍ମାନିତ କରାଯିବ। କେବଳ ଏତିକି ନୁହଁ ଆପଣଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଧରଣର ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ସାମିଲ ରହିଛି । ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ୫୦ରୁ ଅଧିକ ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଆପଣ ଦେଖିପାରିବେ। ଏହା ସହିତ ସିନେ ଜଗତର କଳାକାର ବାବୁଶାନ୍, ଏଲିନା, ଅର୍ଚ୍ଚିତା, ଆକାଶ, ବୁଦ୍ଧାଦିତ୍ୟ, ଲିପି , ସ୍ବରାଜ, ଶୈଳେନ୍ଦ୍ର, ଦିବ୍ୟା, ଶୀତଲ, ଭୂମିକା, ଜ୍ୟୋତି, ରାକେଶ, ମଣ୍ଟୁ, ସୂର୍ଯ୍ୟମୟୀ, ହରିହର ଏକା ସହିତ ଅତିଥି ଭାବରେ ନଜର ଆସିବେ। ଧାରାବାହିକ ଜଗତର ମନପସନ୍ଦ ଯୋଡି ଏଜେ – ମାନିନୀ, ପ୍ରିୟା – ବିଷ୍ଣୁ, ସନ୍ଧ୍ୟା – ପ୍ରତ୍ୟୁଷ, ରାଗିଣୀ – ସଂଗୀତ, ଅକ୍ଷୟ – ଲକ୍ଷ୍ମୀ ଏବଂ ଭାଗ୍ୟ ଓ ରେଖାଙ୍କ ବିଶେଷ ପ୍ରଦର୍ଶନ ରହିଛି। ସମୟକୁ ଜମାରୁ ବି ହାତଛଡ଼ା କରନ୍ତୁ ନାହିଁ କାରଣ ୨୭ ତାରିଖ ସନ୍ଧ୍ୟାରେ ହେବାକୁ ଯାଉଛି ଧାମାକା। ନିଜ ଟିଭି ପରଦାରେ ଏହି ମହୋଲକୁ ଦେଖି ଆହୁରି ଖାସ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚାନେଲ ଅଫିସର୍ ପ୍ରତୀକ ସିଲ୍। Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content Vedanta Aluminium Deploys Solar Infra for Reliable Lighting and Drinking in Kalahandi and Rayagada by Proprietor Abhimanyu Maharana October 14, 2026 ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026