୨୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ଗ୍ରାମରେ ମଙ୍ଗଳବାର ହୋଇଥିବା ଔଷଧ ବ୍ୟବସାୟୀ ଙ୍କୁ ହତ୍ୟାକାଣ୍ଡ ଘଟଣାର ମୂଖ୍ୟ ଅଭିଯୁକ୍ତ ଆଦିତ୍ୟ ସାମନ୍ତଙ୍କୁ ଗିରଫ କରିଛି ରାଇକିଆ ପୋଲିସ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଅନ୍ୟ ଜଣଙ୍କର ସହାୟତାରେ ବ୍ରହ୍ମପୁର ପଳାଇଥିଲା । ସେଠାରୁ ରାଇକିଆ ଥାନା ଅଧିକାରୀ ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପ୍ରକାଶ ଯେ, ମୃତକ ଅନିକ୍ ପଟ୍ଟନାୟକଙ୍କ ପଡୋଶୀ ଅଭିଯୁକ୍ତ ଆଦିତ୍ୟ ସାମନ୍ତ ସହ ଦୀର୍ଘ ଦିନ ହେଲା ତିକ୍ତତା ଲାଗି ରହିଥିଲା ।
