ପାନୀୟ ଜଳ ଅଭାବରୁ ମୁଖ୍ୟରାସ୍ତା ଅବରୋଧ କଲେ ମହିଳା

୨୫/୧୦/୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି :- ପାନୀୟ ଜଳ ଅଭାବରୁ ରାସ୍ତା ଅବରୋଧ କଲେ ଗ୍ରାମବାସୀ l ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ପରିସଲ ଗ୍ରାମରେ ଏକ ମାସ ହେବ ଗ୍ରାମବାସୀକୁ ପାଣି ଯୋଗାଣ ନ ହୋଇ ଥିବା ବାରମ୍ବାର ଗ୍ରାମବାସୀ ପ୍ରଶାସନକୁ ଅଭିଯୋଗ କରିଆସୁଥିଲେ କିନ୍ତୁ କୌଣସି ସୁଫଳ ନପାଇ ବୁଧବାର ଗାଁର ସମସ୍ତ ମହିଳା ରାସ୍ତା ଅବରୋଧ କରିଛନ୍ତି, ଫଳରେ326ଏ ପାରଳାଖେମୁଣ୍ଡି ଠାରୁ ବ୍ରହ୍ମପୁର ମୁଖ୍ୟରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ ରହିଛି ।ଏହି ଖବର ପାଇ RWSS ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଭାକର ମୁନି ପହଞ୍ଚି ମହିଳାମାନଙ୍କୁ ବୁଝା ସୁଜା କରିବା ସହ ଗ୍ରାମ୍ୟ ଜଳ ଓ ପରିମଳ କମିଟି ନୂତନ ଗଠନ କରାଯିବା ସହ କମିଟି ସହମତେ କ୍ରମେ ମହିଳା ମଣ୍ଡଳ ସଦସ୍ୟଙ୍କୁ ଗ୍ରାମ ପାଣି ଛାଡିଡାକୁ ଚାବି ହସ୍ତାନ୍ତର କରାଗଲା ବୋଲି ଯନ୍ତ୍ରୀ କହିଛନ୍ତି ।

Exit mobile version