ବାତ୍ୟା କୁ ନେଇ ଜନସାଧାରଣ ଭୟଭୀତ ହୁଅନ୍ତୁ ନାହିଁ,ମୁଁ ଆପଣଙ୍କ ସହ ଅଛି : ଦଶପଲ୍ଲା ବିଧାୟକ

୨୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ବାତ୍ୟା ଦାନା ପାଇଁ ସାମାଜିକ ଗଣ ମାଧ୍ୟମରେ ଜନ ସାଧରଣଙ୍କ ପାଇଁ ଜରୁରୀ ସୂଚନା ପ୍ରଦାନ କରିଛନ୍ତି ଦଶପଲ୍ଲା ବିଧାୟକ।ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗାଁ,ଦଶପଲ୍ଲା ,ଗଣିଆ ବ୍ଲକ୍ ସମେତ ଜିଲ୍ଲା ର ସମସ୍ତ ଜନସାଧାରଣ କିପରି ବାତ୍ୟା କୁ ନେଇ ସତର୍କତା ଅବଲମ୍ବନ କରିବେ ସେ ନେଇ ସୂଚନା ଦେଇଛନ୍ତି ଦଶପଲ୍ଲା ବିଧାୟକ।

ବାତ୍ୟା ସମୟରେ ଘରୁ ନ ବାହାରିବା,ଘରର କବାଟ ଝରକା ବନ୍ଦ ରଖିବା,ବାତ୍ୟା ପୂର୍ବରୁ ଆବଶ୍ୟକ ସରଞ୍ଜାମ କିଣିବା,ନିଜର ମୋବାଇଲ୍ ଫୋନ୍ ଚାର୍ଜ କରି ରଖିବା, ଇଲେକ୍ଟ୍ରିକ୍ ମେନ୍ ସୁଇଚ ଓ ଗ୍ୟାସ୍ ସପ୍ଲାଏ ବନ୍ଦ ରଖିବା , ଚାଳ ଘରେ ଅସୁରକ୍ଷିତ ଥିଲେ ପକ୍କାଘର କିମ୍ବା ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେବା ,କେବଳ ସରକାରୀ ସତର୍କତା ଉପରେ ବିଶ୍ୱାସ ରଖିବା ,ସଜାଗ ରହିବା ଓ ସୁରକ୍ଷିତ ରହିବା ପାଇଁ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ଜଣାଇଛନ୍ତି। ବାତ୍ୟା କୁ ନେଇ କେହି ଜନସାଧାରଣ ଭୟଭୀତ ହୁଅନ୍ତୁ ନାହିଁ ମୁଁ ଆପଣଙ୍କ ସହ ଅଛି ବୋଲି ଦଶପଲ୍ଲା ବିଧାୟକ କହିଛନ୍ତି।

Exit mobile version