୨୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜ଼ିଲ୍ଲା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠାନ ପକ୍ଷରୁ ଦୁଇଟି ନାଟକ ର ବହି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଙ୍କ ରଚିତ ନାଟକ ” ଆହେ ନୀଳ ଶଇଳ ଓ ନାଟ୍ୟଚେତନା ର ପ୍ରତିଷ୍ଠାତା ତଥା ବିଶିଷ୍ଟ ନାଟ୍ୟକାର ସୁବୋଧ ପଟ୍ଟନାୟକ ଙ୍କ ରଚିତ ନାଟକ ” ଫୁଲ “ମଞ୍ଚସ୍ଥ ହେବ l ବାଲିଗୁଡା ଅଞ୍ଚଳ ର ବରିଷ୍ଠ ନାଟକ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମିଶ୍ର ଏହାର ନିର୍ଦ୍ଦେଶନା ଦାୟିତ୍ୱ ଗ୍ରହଣ କରିଛନ୍ତି ଏହି ନାଟକ ଟି ବାଲିଗୁଡା ଅଞ୍ଚଳ ର ବଛା ବଛା କଳାକାର ଙ୍କୁ ନେଇ ନାଟକ ପ୍ରସ୍ତୁତ ହେବ l

