Home ଓଡ଼ିଶା ୭୨୨୬ ଲୋକ ଙ୍କୁ ରଖାଗଲା ବାତ୍ୟା ଆଶ୍ରୟ ସ୍ଥଳରେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବାତ୍ୟା ଦାନା ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର ବର୍ତ୍ତମାନ ସୁଦ୍ଧା ୧୬୨ ବାତ୍ୟା ଆଶ୍ରୟ ସ୍ଥଳରେ ୭୨୨୬ ଜଣ ଙ୍କୁ ରଖାଯାଇଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି । ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଗଣମାଧ୍ୟମ କୁ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସ୍ବାଇଁ ବାତ୍ୟା ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି କହିଥିଲେ । ଉଦ୍ଧାର କରାଯାଇ ଥିବା ସମସ୍ତଙ୍କୁ ଶୁଖିଲା ଖାଦ୍ୟ ସହ ୧୬୨ ସ୍ଥାନରେ ରନ୍ଧା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଶ୍ରୟ ନେଇଥିବା ଲୋକ ଙ୍କୁ ଶୁଖିଲା ଖାଦ୍ୟ ଭାବେ ୧୫.୫ କ୍ୟୁଣ୍ଟାଲ ଚୁଡା ଓ ୧.୬ କ୍ୟୁଣ୍ଟାଲ ଗୁଡ ବଣ୍ଟନ ହୋଇଛି । ଜିଲ୍ଲା ର ୧୧ ବ୍ଲକର ୫୯ ପଞ୍ଚାୟତ ର ୧୯୦ ଟି ଗ୍ରାମ ଓ ୪ଟି ସହରାଞ୍ଚଳର ୨୯ ୱ୍ବାର୍ଡ ର ଲୋକେ ପ୍ରଭାବିତ ହୋଇଛନ୍ତି।ବର୍ତ୍ତମାନ ପାଣିପାଗ ବିଭାଗ ଅନୁସାରେ ପୁରୀ ଜିଲ୍ଲା ଅରେଞ ରୁ ରେଡ ଯୋନକୁ ଥିବା ରୁ ଲୋକ ମାନେ ଆଶ୍ରୟ ସ୍ଥଳକୁ ଆସିବାକୁ ଲାଗିଛନ୍ତି । ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ଵ ଦିଆଯାଇଛି । ସେମାନେ ସେଠାରେ ଉଦ୍ଧାର ଥଇଥାନ ଓ ରିଲିଫ କାର୍ଯ୍ୟ ର ତଦାରଖ କରୁଛନ୍ତି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାତ୍ୟା ର ସଫଳ ମୁକାବିଲା ପାଇଁ ଆଜି ସମୀକ୍ଷା କରିବା ସହ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳ ଗସ୍ତ କରି ଅଧିକାରୀ ମାନଙ୍କୁ ଉପଯୁକ୍ତ ପରାମର୍ଶ ମଧ୍ୟ ଦେଇଛନ୍ତି।ଜିଲ୍ଲା ପାଇଁ ନିଯୁକ୍ତ ବରିଷ୍ଠ ଅଧିକାରୀ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନ କୁ ଗସ୍ତ କରି କାର୍ଯ୍ୟ ରେ ସହଯୋଗ ଓ ପରାମର୍ଶ ଦେଉଛନ୍ତି । ଜିଲ୍ଲାରେ ଚଳିତ ମାସ ୨୧ ରୁ ୨୮ ତାରିଖ ମଧ୍ୟରେ ପ୍ରସବ ଦେବାକୁ ଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪୦୪ ଜଣ ଶିଶୁ ମାନଙ୍କୁ ପ୍ରସବ ଦେଇ ସାରିଥିବା ବେବେ ୭୪ ଜଣ ଙ୍କୁ ଚିକିତ୍ସାଳୟରେ ରଖାଯାଇଛି ଓ ପକ୍କା ଘର ଥିବା ରୁ ୩୧ ଜଣ ପ୍ରସବ ସମୟ ଆସିବା ପର୍ଯ୍ୟନ୍ତ ସେମାନଙ୍କ ଘରେ ରହିଛନ୍ତି।ଜିଲ୍ଲା ରେ ୧୪ ଟି ମେଡ଼ିକାଲ ଟିମ,୧୬ ଟି ପ୍ରାଣୀ ଚିକିତ୍ସା ଟିମ ଔଷଧ, ଆଣ୍ଟି ଭେନମ ମେଡିସିନ ସହ ପ୍ରସ୍ତୁତ ଅଛନ୍ତି । ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର କୂଳକୁ ନ ଯିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ସ୍ବାଇ ଓ ଏସ ପି ବିନୀତ ଅଗ୍ରୱାଲ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026 ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026