୨୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଆସୁଛି ବାତ୍ୟା ଦାନା । ସେଥିପାଇଁ ରାଜ୍ୟ ସାରା ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଏହି ବାତ୍ୟାରେ ଖୋର୍ଦ୍ଧା ସହ ନୟାଗଡ଼ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରଶାସନ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଲୋକେ ଯେଭଳି କୌଣସି ଅସୁବିଧାରେ ନ ପଡିବେ ତାହାକୁ ଆଖି ଆଗରେ ରଖି ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳ ସହ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପ୍ରସ୍ତୁତ ହୋଇ ରହିଛି ।

