୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଗତ ୧୭ତାରିଖ ଠାରୁ ଆରମ୍ଭ ହୋଇଥିବା ବାଙ୍କୀ ମହୋତ୍ସବ ଆଜି ସନ୍ଧ୍ୟାରେ ଉଦ୍ଯାପିତ ହୋଇଛି । ଏହି ଉଦ୍ଯାପନି ଉତ୍ସବରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲାପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର ଯୋଗଦେଇ କହିଲେ ଯେ ସଂସ୍କତି, ସାହିତ୍ୟ , ସାମାଜିକ ସଂସ୍କାର ଆଦି ପ୍ରତ୍ୟେକ କ୍ଷେତ୍ରରେ ବାଙ୍କୀର ଅବଦାନ ଅନନ୍ୟ ଓ ସ୍ୱତନ୍ତ୍ର । ବାଙ୍କୀ ମହୋତ୍ସବ ଏହି ଅଞ୍ଚଳର ଲୁକାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବା ସହ ଏହାର ରୁଦ୍ଧିମନ୍ତ, ଐତିହ୍ୟ ଓ ପରମ୍ପରା ସଂପର୍କରେ ଭବିଷ୍ୟତ ପିଢୀକୁ ଅବଗତ କରାଇବାରେ ସହାୟକ ହେବ ।

