Home ଓଡ଼ିଶା ସମ୍ଭାବ୍ୟ ବାତ୍ୟା ‘ଦାନା’ ସଂପର୍କରେ ବିଧାୟକଙ୍କ ବାଙ୍କୀ ପ୍ରଶାସନ ସହ ସମୀକ୍ଷା ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଆଜି ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ପାଇଁ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ବୈଠକ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବିଧାୟକ ଶ୍ରୀ ତ୍ରିପାଠୀ ସମ୍ଭାବ୍ୟ ବାତ୍ୟା ଦାନାକୁ ନଜର ରଖି ପର୍ଯ୍ୟାପ୍ତ ପରିମାଣରେ ସରକାରୀ ଡାକ୍ତରଖାନାରେ ବିଭିନ୍ନ ପ୍ରକାର ଔଷଧ, ସାପକାମୁଡା ଇଞ୍ଜେକ୍ସନ୍, ଓଆରଏସ୍ଏସ୍ ରଖିବା ସହ ପଶୁମାନଙ୍କ ପାଇଁ ଗୋ-ଖାଦ୍ୟ ମହଜୁଦ୍ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଗ୍ରାମ୍ୟ ପାନୀୟ ଜଳ ବିଭାଗକୁ ବିଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଜନସାଧାରଣଙ୍କୁ ଯୋଗାଇବା ସହ ପଂଚାୟତମାନଙ୍କରେ ବସୁଧା ଯୋଜନାରେ ଥିବା ପାଣି ଟାଙ୍କିରେ ପାଣି ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଦରଦାମ ନିୟନ୍ତ୍ରଣ ପାଇଁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ବାତ୍ୟା ସମୟରେ ଗଛପଡି ରାସ୍ତା ଅବରୋଧ ହେଲେ ସଂଗେ ସଂଗେ ଅଗ୍ନିଶମ ବିଭାଗ ତରଫରୁ କଟର ସାହାଯ୍ୟରେ ରାସ୍ତା ଅବରୋଧ ହଟାଇବା ସହ ଗମନାଗମନର ସୁବିଧା କରିବା ପାଇଁ କହିଥିଲେ । ବାଙ୍କୀରେ ଗୋଟିଏ ଓଡ୍ରାପ୍ଟ୍ ଟିମ୍ ପ୍ରସ୍ତୁତ ରହିବା ସହ ସମସ୍ତ କର୍ମଚାରୀମାନେ କାର୍ଯ୍ୟାଳୟ ନଛାଡିବା ପାଇଁ ବାଙ୍କୀ ଉପଜିଲ୍ଲାପାଳ ଦେବୀପ୍ରସାଦ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ । ବାଙ୍କୀ ବ୍ଲକର ବନ୍ଦାଳ, ଅନୁଆରୀ, ଓସ୍ତିଆ ଏବଂ ଡମପଡା ବ୍ଲକର ବିଲିପଡା ଓ ଡମପଡ଼ାରେ ବାତ୍ୟା ଆଶ୍ରୟସ୍ଥଳରେ ସବୁପ୍ରକାର ସୁବିଧା ଯୋଗାଇ ଦିଆଯାଇଛି ବୋଲି ବିଡିଓ ଅଂଶୁମାନ ଦାସ ପ୍ରକାଶ କରିଛନ୍ତି । ଏହି ବୈଠକରେ ଡମପଡ଼ା ତହସିଲଦାର ସୁଚୀସ୍ମିତା ଦାଶ, ଏନ୍.ଏ.ସି ନିର୍ବହୀ ଅଧିକାରୀ ସଂପଦ ସ୍ୱାଇଁ, ନଗରପାଳ ମାଣିକ ସାହୁ, ଉପନଗରପାଳ ସନ୍ତୋଷ କୁମାର ରଣା, ଜିଲ୍ଲାପରିଷଦ ସଦସ୍ୟ ସଂଜୟ ପାତ୍ର, ସରଣ୍ଡା ଉନ୍ନୟନ ପରିଷଦର ସଭାପତି ଗତିକୃଷ୍ଣ ସ୍ୱାଇଁ, ସହକାରୀ ଜିଲ୍ଲାପାଳ ଧନଞ୍ଜୟ କିଷାନ୍, କାଉନସିଲର ସନାତନ ବେହେରା, ସମରେନ୍ଦ୍ର ମହାପାତ୍ର, ରାଜସ୍ୱ ସୁପରଭାଇଜର ଶ୍ରୀକାନ୍ତ ମହାପାତ୍ର ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ସେମାନଙ୍କ ମତାମତ ଦେଇଥିଲେ । ମହାନଦୀ ବନ୍ଧର ସୁରକ୍ଷା ପାଇଁ ଜଳସଂପଦ ବିଭାଗ ତରଫରୁ ବାଲିବସ୍ତା ମହଜୁଦ ରହିଛି ବୋଲି ସହକାରୀ ଯନ୍ତ୍ରୀ ପ୍ରଭାତ ପଟ୍ଟନାୟକ ପ୍ରକାଶ କରିଥିଲେ । ଆସନ୍ନ ପ୍ରସବ ମହିଳାମାନଙ୍କୁ ଜରୁରିକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ ନେବପାଇଁ ଅଙ୍ଗନୱାଡି କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ସମୟରେ ସମସ୍ତ ପ୍ରକାର ସୁବିଧା ଜନସାଧାରଣଙ୍କୁ ଯୋଗାଇଦେବା ପାଇଁ ବିଧାୟକ ଶ୍ରୀ ତ୍ରିପାଠୀ ବାଙ୍କୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026 ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ by Proprietor Abhimanyu Maharana June 20, 2026 ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ by Proprietor Abhimanyu Maharana June 20, 2026 ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana June 20, 2026