Home ଓଡ଼ିଶା ଚକାପଦସ୍ଥ ଭୂତନାଥ ମନ୍ଦିରର ପ୍ରତିଷ୍ଠାତା ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ଚକାପଦା ଗ୍ରାମସ୍ଥ ମହାନଦୀ କୂଳରେ ଅବସ୍ଥିତ ପ୍ରଭୁ ଭୂତନାଥ ଦେବ ମନ୍ଦିରର ୩୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବକୁ ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ ଓ ନିରଞ୍ଜନ ପଣ୍ଡା ପରିଚାଳନା କରିଥିଲେ । ଏହି ଅବସରରେ ଚକାପଦା, ମୁକୁନ୍ଦପୁର ଓ ସାହାଡ଼ାପଦାର ନିମାବାବାଙ୍କ ଭାଗବତ ମଣ୍ଡଳୀ ଦ୍ୱାରା ଭାଗବତ ପରିବେଷଣ କରାଯାଇଥିଲା । ଭାଗବତ କାର୍ଯ୍ୟକ୍ରମକୁ ଅକ୍ଷୟ କୁମାର ସାମଲ , ମନ୍ଦିରର ପୂଜକ ବୈକୁଣ୍ଠ ନନ୍ଦ, ଜଗବନ୍ଧୁ ସାମଲ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଭୂତନାଥ ସାହିତ୍ୟ ଓ ସଂସ୍କୃତି ସଂସଦର ସଂପାଦକ ବାବୁଲି ରଣା, କବି ଲଲାଟେନ୍ଦୁ ପଣ୍ଡା, ପ୍ରସନ୍ନ ପଣ୍ଡା, ପ୍ରମୋଦ ନନ୍ଦ, ଗ୍ରାମ୍ୟ କମିଟିର ସଭାପତି ରମେଶ ଚନ୍ଦ୍ର ରାଉତ, ପୂର୍ବତନ କାଉନସିଲର ଗୋପବନ୍ଧୁ ସାହୁ, ଶିକ୍ଷାବିତ୍ ମୋନାଜ ରାଉତ, ସବିତା ନନ୍ଦ, ଶୁଭେନ୍ଦୁ ମହାପାତ୍ର, ଉପେନ୍ଦ୍ର ରଣା ପ୍ରମୁଖ ଅଂଶ ଗ୍ରହଣ କରି ବାର୍ଷିକ ଉତ୍ସବକୁ ସଫଳ କରିଥିଲେ । ଶେଷରେ ବାଳଗୋପାଳ ପ୍ରସାଦ ଭକ୍ତମାନଙ୍କୁ ପ୍ରଦାନ କରାଯାଇଥିଲା । ସନ୍ତୋଷ କୁମର ବଳ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026 ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ by Proprietor Abhimanyu Maharana June 20, 2026 ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ by Proprietor Abhimanyu Maharana June 20, 2026 ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana June 20, 2026