Home ଓଡ଼ିଶା ବାଙ୍କୀରେ ଦଶହରା ମେଢ଼ ଭସାଣି ଶୋଭାଯାତ୍ରା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବାଙ୍କୀ ସହରରେ ନିର୍ମିତ ୩୨ଗୋଟି ମେଢ଼ ଖମାରଙ୍ଗ ଅବ୍ୟବହୃତ ଉଆଉ ପୋଖରୀରେ ବିସର୍ଜିତ ୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ମହୋତ୍ସବ ଅବସରରେ ଦଶହରା ଓ କୁମାରପୂର୍ଣ୍ଣିମାରେ ବାଙ୍କୀ ସହରରେ ୩୨ଗୋଟି ମେଢ଼ ନିର୍ମାଣ କରାଯାଇଥିଲା । ବିଶେଷ ଭାବରେ ଟାଉନରେ ନିର୍ମିତ ମେଢ଼ ମହାସପ୍ତମୀ ଠାରୁ ମହାଦେବ ପୂଜା କମିଟି ଓ ମେନ୍ରୋଡ୍ ପୂଜା କମିଟି ପକ୍ଷରୁ ମେଢ଼ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ମହୋତ୍ସବ ଶେଷ ହେବା ପରେ ଆଜି ବାଙ୍କୀ ବଜାର ପୂଜା କମିଟି ମହାସଂଘ ସଭାପତି ପ୍ରତାପ ଚନ୍ଦ୍ର ମହାପାତ୍ର ଓ ସଂପାଦକ ଶ୍ରୀନିବାସ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ ୩୨ଗୋଟି ପୂଜା ମେଢ଼କୁ ଆଜି ଏକ ବିରାଟ ଶୋଭାଯାତ୍ରାରେ ଟାଉନ୍ ପରିକ୍ରମା କରାଯାଇ ମହୋତ୍ସବ ପଡିଆ ଦେଇ ଏନ୍.ଏ.ସି ଅନ୍ତର୍ଗତ ଅବ୍ୟବହୃତ ଖମାରଙ୍ଗ ଉଆଉ ପୋଖରୀ ଠାରେ ବିସର୍ଜନ କରାଯାଇଥିଲା । ସେଠାରେ ସମସ୍ତ ମେଢ଼ ଗୁଡିକ କ୍ରମାନ୍ୱୟରେ ଗୋଟିକ ପରେ ଗୋଟିଏ ବିସର୍ଜନ କରାଯାଇଥିଲା । ମେଢ଼ ପରିକ୍ରମା ସମୟରେ ବାଙ୍କୀ ମୁଖ୍ୟରାସ୍ତା ମହୋତ୍ସବ ପଡିଆ ଠାରେ ବାଙ୍କୀ ମହୋତ୍ସବ କାର୍ଯ୍ୟକାରୀ ସଭାପତି ତଥା ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଉପନଗରପାଳ ସନ୍ତୋଷ କୁମାର ରଣା, କାଉନସିଲର ସନାତନ ବେହେରା, ପୂର୍ବତନ ଉପନଗରପାଳ, ଭାଗୀରଥି ବିଶ୍ୱାଳଙ୍କ ସମେତ ମହୋତ୍ସବର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ବିଭିନ୍ନ ପୂଜାକମିଟିର କର୍ମକର୍ତ୍ତାମାନଙ୍କୁ ଫୁଲମାଳ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ବାଙ୍କୀ ଥାନା ଅଧିକାରୀ ଶିବଚରଣ ବେହେରା ପୋଲିସ୍ ଫୋର୍ସ ସହ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ସହିତ ମେଢ଼ ଗୁଡିକ ବିସର୍ଜନ କରାଇଥିଲେ । ଏହି ଅବସରରେ ଆଜି ବାଙ୍କୀ ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା । ଏହି ମେଢ଼ ଗୁଡିକ ମହୋତ୍ସବ କାର୍ଯ୍ୟଗୁଡିକୁ ସରସ ସୁନ୍ଦର କରିଥିବାରୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଓ ମହୋତ୍ସବ କର୍ମକର୍ତ୍ତାମାନେ ବାଙ୍କୀର ପ୍ରଶାସନ ଓ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । Categories: ଓଡ଼ିଶା, କଟକ, ମନୋରଞ୍ଜନ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026