୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ଗ୍ରାମରେ ଜଣେ କ୍ୱାକଙ୍କୁ ହତ୍ୟା କରାଯାଇଛି । କରଡ଼ା ଗ୍ରାମର ଅନିକ ପଟ୍ଟନାୟକ ନାମକ ବ୍ୟକ୍ତି ଗ୍ରାମରେ ଔଷଧ ପତ୍ର ବ୍ୟବସାୟ କରି ଆସୁଥିଲେ । ମଙ୍ଗଳବାର ସନ୍ଧ୍ୟାରେ ପୋଢ଼ମାରୀ ଗ୍ରାମରୁ କୌଣସି କାମରେ ଯାଇ ଫେରୁଥିବା ବେଳେ ଘରଠାରୁ ୧୫୦ ମିଟର ଦୂରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।
