୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ଗଞ୍ଜାମ ଓ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ପୌରାଣିକ ନାଟକ ରେ ଦକ୍ଷ ବିନ୍ଧାଣୀ ଙ୍କ ଦଖଲ l ଦକ୍ଷିଣ ଓଡିଶା ର ବିଭିନ୍ନ ମଞ୍ଚରେ ଦକ୍ଷ ଙ୍କୁ ଦେଖିବାକୁ ମିଳେ l ପୌରାଣିକ ନାଟକ ରାମାୟଣ ରେ ହନୁମାନ ଭୂମିକା ରେ ବଳିଷ୍ଠ ଅଭିନୟ କରି ଏବେ ସାରା ଓଡିଶା ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ଦକ୍ଷ l ନିଜର ବଳିଷ୍ଠ ଚେହେରା, ଷ୍ଟଣ୍ଟ ସାଙ୍ଗକୁ ଅଭିନୟ ର ଯାଦୁ ଦର୍ଶକ ଙ୍କୁ ବାନ୍ଧିରଖିଛି l ଗଞ୍ଜାମ ଓ କନ୍ଧମାଳ ଜ଼ିଲ୍ଲା ରେ ଯେଉଁଠି ପୌରାଣିକ ନାଟକ ହୁଏ ଦକ୍ଷ ଙ୍କୁ ଖୋଜା ପଡେ l

