୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବିସିଜି ଟିକା ନେଇ ୫୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ନେଇ ୨୧ ତାରିଖରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏହାକୁ ଗୁରୁତ୍ବ ଦେଇ ଜିଲା ସ୍ବାସ୍ଥ୍ୟ ଟିମ କ୍ଷେତ୍ର ପରିଦର୍ଶନ କରିବା ସହ ଅସୁସ୍ଥଙ୍କୁ ଭେଟି ସଚେତନତା କରାଇଛନ୍ତି। ଟିମରେ ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା ପ୍ରଶନ୍ନ କୁମାର ତ୍ରିପାଠୀ, ବାରଖମା ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରୀ ଡା.ଶୁଶାନ୍ତ କୁମାର ମଣ୍ଡଳ, ଜିଲା ପ୍ରକଳ୍ପ ସଂଯୋଜକ ସଂଜୟ କୁମାର ସାହୁ,
