୨୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ/ପୁରୀ :-> ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆୟୋଜିତ ଏହି ଜିଲ୍ଲା ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ପୂର୍ବ ତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିବା ବେଳେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ,ଭାରତୀୟ ଜନତା ଦଳ ର ଜିଲା ସଭାପତି ଡାକ୍ତର ଦେବେନ୍ଦ୍ର ନାଥ ତରେଇ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ,ସମ୍ପାଦକ ଡ଼ଃ ଷ୍ଟାଲିନ ପରିଜା, ପୂର୍ବ ତନ ବ୍ଲକ ଶିକ୍ଷା ଧିକାରୀ ବିଜୟଲକ୍ଷ୍ମୀ ଦାଶ,
ସମାଜ ସେବୀ ତଥା ସଚେତନ ନାଗରିକ ମଞ୍ଚ ର ଉପଦେଷ୍ଟା ଚକ୍ରଧର ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାଜ କୁମାର ମହାନ୍ତି ଅନ୍ୟ ତମ ସମ୍ନାନିତ ଅତିଥି ଭାବରେ ଯୋଗ ଦେଇଥିଲେ ,ଶିକ୍ଷାବିତ ଓ ଉପଦେଷ୍ଟା ଶିବ ସୁନ୍ଦର ମିଶ୍ର, ସଭା ପରିଚାଳନା କରିଥିବା ବେଳେ ସଭାପତି ଆଇନିଜୀବୀ ପ୍ରସନ୍ନ ଦାଶ ସ୍ୱାଗତ ଭାଷଣ ଦେଇଥିଲେ । ଏଠାରେ ପ୍ରକାଶ ଥାଉ କି ମହାପ୍ରଭୁ ଶ୍ରୀ ଜଗନାଥଙ୍କ କ୍ଷେତ୍ର ପୁରୀ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ମାନଚିତ୍ରରେ ଏକ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବରେ ନିଜର ସ୍ଥାନ ଜାହିର କରିପାରିଛି।ଭୌଗଳିକ ଦୃଷ୍ଟି କୋଣରୁ ଏହାର ଗୁରୁତ୍ଵ ଥିବାରୁ ବ୍ରିଟିଶ୍ ଶାସନ କାଳରୁ ପୁରୀ ,ନୟାଗଡ଼ ଓ ଖୋର୍ଦ୍ଧା କୁ ନେଇ ପୁରୀ ଜିଲ୍ଲା ଗଠନ କରାଯାଇଥିଲା (ଅବିଭକ୍ତ ପୁରୀ ଜିଲ୍ଲା) । ଏପରିକି ୧୮୦୪ ରେ ବ୍ରିଟିଶ ସରକାର ପ୍ରଥମେ କଟକ,ବାଲେଶ୍ଵର ଓ ଜଗନ୍ନାଥ ନାମରେ ତିନୋଟି ଜିଲ୍ଲା ଗଠନ କରିଥିଲେ । ପରେ୧୮୨୮ ଅକ୍ଟୋବର ମାସ ୨୩ ତାରିଖ କୁ ବିଧିିବଧ ଭାବରେ ଏହି ଜିଲ୍ଲାର ନାମ ପୁରୀ ରଖାଗଲା ।
