Home ଓଡ଼ିଶା ବ୍ରାହ୍ମଣୀପାଳରେ ଟାଟା ଷ୍ଟିଲ ଫାଉଣ୍ଡେସନର ଡିଜିଟାଲ ସାକ୍ଷରତା କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ‘କୌଶଲ୍ୟାନ ‘ସମ୍ପାଦିତ – ଉପକୃତ ହେଲେ ୧୪୩ ଜଣ ଛାତ୍ରଛାତ୍ରୀଙ୍କ କିମ୍ବା ଟାଟା ଷ୍ଟିଲର ‘କୌଶଲ୍ୟାନ ପ୍ରୋଜେକ୍ଟ ‘ମାଧ୍ୟମରେ ଡିଜିଟାଲ ସାକ୍ଷରତାରେ ମାଇଲଖୁ ‘ ହାସଲ କଲେ ୧୪୩ ଜଣ ଛାତ୍ରଛାତ୍ରୀ ବ୍ରାହ୍ମଣୀପାଳ, ୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରାହ୍ମଣୀପାଳ :-> ଟାଟା ଷ୍ଟିଲ ଫାଉଣ୍ଡେସନ, ଏଚପି ଏବଂ ସୋସାଇଟି ଫର ଅଲ ରାଉଣ୍ଡ ଡେଭଲପମେ’ (ଏସଏଆରଡି)ର ମିଳିତ ଉଦ୍ୟମରେ ବ୍ରାହ୍ମଣୀପାଳର ଟମକା ସ୍ଥିତ ସରକାରୀ ହାଇସ୍କୁଲର ୧୪୩ ଜଣ ଛାତ୍ରଛାତ୍ରୀ ‘କୌଶଲ୍ୟାନ ପ୍ରୋଜେକ୍ଟ’ ଅଧୀନରେ ତିନି ମାସର ଡିଜିଟାଲ ଦକ୍ଷତା ପାଠ୍ୟକ୍ରମ ଶେଷ କରିଛନ୍ତି । ଗ୍ରାମୀଣ ଏବଂ ଆଦିବାସୀ ସମ୍ପ୍ରଦାୟର ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାବଶ୍ୟକ କମ୍ପ୍ୟୁଟର ଦକ୍ଷତା ସହିତ ସଶକ୍ତ କରିବା, ସେମାନଙ୍କୁ ସେମାନଙ୍କ ଉଜ୍ୱଳ ଭବିଷ୍ୟତ ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଏହି ପଦକ୍ଷେପର ଲକ୍ଷ୍ୟ । ଏହି ଅବସରରେ ଟାଟା ଷ୍ଟିଲର ଫେରୋ ଆଲୋଇ ପ୍ଲା'(ବ୍ରାହ୍ମଣୀପାଳ)ର ମୁଖ୍ୟ ଆଦର୍ଶ ଅଗ୍ରୱାଲ, ଦେଉଳକଣ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଜୟ କୁମାର ଜେନା, କିଆଝର ଗ୍ରାମ ପଞ୍ଚାୟତର ସରପଞ୍ଚ ରାଜଲକ୍ଷ୍ମୀ ମହାପାତ୍ର, ସମାଜସେବୀ ନରୋତ୍ତମ ବେହେରା, ଟିଏସଏଫ ଓ ଏସଏଆରଡି ଫିଲ୍ଡ ଟିମ୍ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ପାଠ୍ୟକ୍ରମରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ‘ପାଠ୍ୟକ୍ରମ ସମାପନ ପ୍ରମାଣପତ୍ର’ ପ୍ରଦାନ କରାଯାଇଥିଲା । ବିସ୍ତୃତ ତିନି ମାସର ପ୍ରଶିକ୍ଷଣରେ ଏମଏସ ଅଫିସ (ଏକ୍ସେଲ୍, ୱାର୍ଡ, ପାୱାରପଏଌକ୍ଷଗ୍ଧ;), ଇଌକ୍ଷଗ୍ଧ;ରନେଟ୍ ନେଭିଗେସନ୍ ଏବଂ ୟୁଟ୍ୟୁବ୍, ଜିମେଲ୍, ଷ୍ଟଡି ଆପ୍ଲିକେସନ ଏବଂ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଭଳି ଲୋକପ୍ରିୟ ଆପ୍ଲିକେସନ୍ ରେ ମୌଳିକ କମ୍ପ୍ୟୁଟର ଧାରଣା ପ୍ରଦାନ କରାଯାଇଥିଲା । ଶିକ୍ଷାଗତ ପାଠ୍ୟକ୍ରମ ସହିତ, ଛାତ୍ରଛାତ୍ରୀମାନେ ନୂତନ ଯୁଗର ଟେକ୍ନୋଲୋଜି ବିଷୟରେ ଅଭିଜ୍ଞତା ହାସଲ କରିଥିଲେ, ଯାହା ସେମାନଙ୍କ ପାଇଁ ବର୍ତ୍ତମାନର ଡିଜିଟାଲ୍ ଦୁନିଆରେ ଉଭୟ ଶୈକ୍ଷିକ ଏବଂ ବ୍ୟକ୍ତିଗତ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବ । ‘କୌଶଲ୍ୟାନ ପ୍ରୋଜେକ୍ଟ’ ଅଧୀନରେ ଭ୍ରାମ୍ୟମାଣ କମ୍ପ୍ୟୁଟର ଲ୍ୟାବ୍ ବିଦ୍ୟାଳୟ ଓ ଗ୍ରାମ ପଞ୍ଚାୟତରେ ପହଞ୍ଚି ବିଶେଷକରି ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ଜୀବନ ଓ ଜୀବିକା ପାଇଁ ଆବଶ୍ୟକ ଡିଜିଟାଲ୍ ଦକ୍ଷତା ପ୍ରଦାନ କରିବା ନେଇ ସୁନିଶ୍ଚିତ କରୁଛି । ଏହି କାର୍ଯ୍ୟକ୍ରମ କେବଳ ଡିଜିଟାଲ ପ୍ରଶିକ୍ଷଣ ଭିତ୍ତିଭୂମିକୁ ସୁଦୃଢ଼ କରେ ନାହିଁ ବରଂ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏବଂ ଉତ୍ସାହ ବୃଦ୍ଧି ସହିତ ଦୀର୍ଘକାଳୀନ ଶିକ୍ଷାଗତ ଯୋଗାଯୋଗକୁ ମଧ୍ୟ ସୁନିଶ୍ଚିତ କରେ, ଯାହା ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ହ୍ରାସ କରିବାରେ ସାହାଯ୍ୟ କରୁଛି । ଏଥି ସହିତ ଭ୍ରାମ୍ୟମାଣ କମ୍ପ୍ୟୁଟର ଲ୍ୟାବ୍ ଓ କ୍ଲାସରୁମ୍ ଅନ୍ ହ୍ୱିଲ୍ ଦୁର୍ଗମ ଗ୍ରାମୀଣ ଓ ଆଦିବାସୀ ଅଂଚଳର ଯୁବପିଢ଼ିଙ୍କ ପାଇଁ ଡିଜିଟାଲ ସାକ୍ଷରତା ଉପଲବ୍ଧ କରାଇବା ପାଇଁ ଲକ୍ଷ୍ୟ ରଖିଛି । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026