ବାତ୍ୟା ଆଶଙ୍କା ନେଇ ନିଆଳି, ବାଲିପାଟଣା ଅଞ୍ଚଳର ଧାନ, ପାନ ଓ , ପନିପରିବା ଚାଷୀ ଚିନ୍ତାରେ

୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ଆଜକୁ ଦୀର୍ଘ ୨୫ବର୍ଷ ହେବ ୧୯୯୯ ମସିହା ମହାବାତ୍ୟାର ଭୟଙ୍କର କରାଳ ଦୃଶ୍ୟ ଲୋକମାନଙ୍କ ମନରୁ ଦୁଃଖ ଲିଭି ନଥିବାବେଳେ ଏବେ ପୁଣି ଓଡିଶାକୁ ମାଡ଼ି ଆସୁଛି ଆହୁରି ଏକ ଭୟଙ୍କର ବାତ୍ୟା ” ଦାନା”କୁ ନେଇ ପୁଣି ନିଆଳି, କଣ୍ଟାପଡ଼ା ଏବଂ ବାଲିପାଟଣା, ବାଲିଅନ୍ତା ଅଞ୍ଚଳର ଧାନ, ପାନ, ପନିପରିବା ଚାଷୀ ଚିନ୍ତାରେ  । ଏହି ସବୁ ଅଞ୍ଚଳର ବହୁ ଲୋକ ମୂଖ୍ୟତଃ ଧାନ, ପାନ ଓ ପନିପରିବା ଚାଷ ଉପରେ ନିର୍ଭର କରି ପରିବାର ପ୍ରତି ପୋଷଣ କରନ୍ତି, ଗତ ୧୯୯୯ ର ପ୍ରଳୟଙ୍କାରୀ ମହାବାତ୍ୟାରେ ଧାନ,ପାନ,ପନିପରିବା,ଚାଷ ସମେତ ଘର ଦ୍ବାର , ଗାଈ ଗୋରୁ ସମ୍ପୂର୍ଣ ଧୋଂଶ ହୋଇଯାଇଥିଲା । ଚାଷୀମାନେ ଧାରକରଜ କରି ଧାନ, ପାନ, ପନିପରିବା ଚାଷ କରିଥିଲେ ଏବେ ଆସୁଥିବା ପବନ, ବର୍ଷାରେ ଫସଲ ଉଜୁଡ଼ିଲେ ପାରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡ଼ିବା ସହ ଧାରକରଜ, ଋଣ କିପରି ସୂଜିବେ ସେଥିନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ଧାନ ଏବେ କେଣ୍ଡା ବାହାରିବାକୁ ଆରମ୍ଭ କଲାଣି , ବର୍ଷା ପବନ ହେଲେ ବାହାରୁଥିବା ଧାନ କେଣ୍ଡାରେ ପାଣି ପଶିଗଲେ ଧାନ ଫସଲ ପୁରା ଉଜୁଡ଼ିଯିବ। ପନିପାରିବ , ଏବଂ ପାନ ମଧ୍ଯ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀ ଜୟରାମ ବେହେରା, ଭିକାରୀ ଭୋଇ,ରାଜେନ୍ଦ୍ର ପ୍ରସାଦ ମହାପାତ୍ର,ରଞ୍ଜିତି ବଡୁ, ସମେତ ଅନେକ ଚାଷୀ ଦୁଃଖ ଭରା କଣ୍ଠରେ କହିଛନ୍ତି । କଟକ ଜିଲ୍ଲାର ନିଆଳି, କଣ୍ଟାପଡ଼ା, ବାରଙ୍ଗ ଅଞ୍ଚଳ ସମେତ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା, ଓ ବାଲିଅନ୍ତା ବ୍ଲକ ଅଞ୍ଚଳରେ ବହୁ ଗରୀବ ଲୋକମାନଙ୍କୁ ସରକାରୀ କୋଠା ଘର ସହାୟତା ମିଳିପାରିନାହିଁ, ସେମାନେ ଏବେ ବି ଝୁମ୍ପୁଡ଼ି ଘରେ ଦୁଃଖ କଷ୍ଟରେ ପରିବାର ସହ ଜୀବନ ନିର୍ବାହ କରୁଛନ୍ତି । ଏବେ ସମ୍ଭାବ୍ୟ ବାତ୍ୟା ଆଶଙ୍କା କରି ଝୁମ୍ପୁଡିବାସୀ କେଉଁଠି ରହିବେ ବୋଲି ଚିନ୍ତାରେ ପଡ଼ିଛନ୍ତି।

ନିଆଳି, ବାଲିପାଟଣା ଅଞ୍ଚଳର ମୁଖ୍ୟ ଚାଷ ହେଉଛି ପାନ, ଧାନ, ମିନ ଅଟେ ,ସମ୍ବାବ୍ୟ ବାତ୍ୟା, ବର୍ଷା ପବନ ସେ ସବୁ ଫସଲକୁ ନିଶ୍ଚିତ ଭାବେ ଉଜାଡି ଦେବ ବୋଲି ଆଶଙ୍କା କରି ଚାଷୀକୁଳ ଏବେ ମୁଣ୍ଡରେ ହାତ ଥୋଇ ବସିଲେଣି । ଖାଲି ସେତିକି ନୁହେଁ ବାତ୍ୟା ହେଲେ ଗୃହପାଳିତ ପଶୁଙ୍କ ପାଇଁ ଚାରଣ ଭୂମିର ଅଭାବ ଦେଖା ଦେବା ସମେତ ଘୋର ଖାଦ୍ୟ ଅଭାବ ଦେଖା ଦେବ ବୋଲି ବହୁ ଗୃହପାଳିତ ଚାଷୀ କହିଛନ୍ତି । ସରକାରଙ୍କ ପକ୍ଷରୁ ଅନେକ ଗ୍ରାମରେ ବାତ୍ୟା ଆଶ୍ରୟ ଗୃହ ନିର୍ମାଣ କରାଯାଇଥିଲା ମଧ୍ଯ ଏହା ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି, ତେବେ ବାତ୍ୟା ବିପନ୍ନ ମାନେ କେଉଁ ସ୍ଥାନରେ ଆଶ୍ରୟ ନେବେ ବୋଲି ଚିନ୍ତା ପ୍ରକଟ କରିଛନ୍ତି । ବାତ୍ୟା ବିପନ୍ନଙ୍କ ଲାଗି ନିରାପଦ ସ୍ଥାନ ଭାବେ ନା ହୋଇଛି ସରକାରଙ୍କର ବାତ୍ୟା ଆଶ୍ରୟସ୍ଥଳୀ ନା ହୋଇଛି ନିଜର ଝାଟିମାଟିର ଝୁମ୍ପୁଡି ଘର ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ବାଣ ପାଲଟିଛି ।

Exit mobile version