୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଆପାଳ :-> ବାଲେଶ୍ୱରର ବାଲିଆପାଳ ଓ ବସ୍ତା ବ୍ଲକରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ ସହଯୋଗରେ ଦିଶା କାର୍ଯକ୍ରମ କାର୍ଯକାରୀ କରାଯାଇଛି । ଏହା ଫଳରେ ଡଗରା ଗ୍ରାମରେ ବିଭିନ୍ନ ଉନ୍ନତମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବାଲେଶ୍ୱରର ବସ୍ତା ଓ ବାଲିଆପାଳ ବ୍ଲକର ୧୩ଟି ଗ୍ରାମ ପଂଚାୟତର ୨୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସେମାନଙ୍କ ଆଖପାଖ ଅଞ୍ଚଳରେ ପରିବର୍ତନ ଆଣିବା ପାଇଁ ଦକ୍ଷତା ପ୍ରଦାନ କରିବା ଲାଗି ଦିଶା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ସମାଜରେ ଅବହେଳିତ ମହିଳାମାନେ ସେମାନଙ୍କ ଆଖପାଖ ଅଞ୍ଚଳରେ ସଶକ୍ତ ହେବା ସହ ସ୍ଥାନୀୟ ଅଞ୍ଚଳର ଉନ୍ନତିମୂଳକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁଛନ୍ତି ।
