୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ଯେପରି ଅଧିକ ରୁ ଅଧିକ ପର୍ଯ୍ୟଟକ ଆସିବେ ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କଫି ବଗିଚା ର ଆଧୁନିକିକରଣ କରାଯଇଥିଲା l ଏଥିରେ କାଫେ ନିର୍ମାଣ ଓ ଶିଶୁ ଉଦ୍ୟାନ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ କରାଯାଇଥିଲା l ତେବେ ଏଥିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା l ଏହାକୁ ଗତ ୧ /୧୧/୨୩ ରେ ପୂର୍ବତନ ବିଧାୟକ ସାଲୁଗାପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ତେବେ କାର୍ଯ୍ୟ ସରିଥିଲେ ବି କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି, ଅର୍ଥ ଅନୁଦାନ କେଉଁ ବିଭାଗ ପ୍ରଦାନ କରିଛି, କାର୍ଯ୍ୟରମ୍ଭ ଓ ଶେଷ ତାରିଖ, କାର୍ଯ୍ୟ ନିର୍ବାହୀ ସଂସ୍ଥା ର ନାମ ରହି ଫଳକ ମରାଯିବା ର ସରକାରୀ ନିୟମ ରହିଥିଲେ ବି ଜାଣିଶୁଣି ମରାଯାଇନଥିବା ଅଭିଯୋଗ ହୋଇଛି l
