Home ଓଡ଼ିଶା ଖୋଲିଲେ ଲାଭ : ପୋତିଲେ ଲାଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ସୌନ୍ଦର୍ଯ୍ୟ ଆଳରେ ବାଲି ଖୋଳି ନେଲେ,ଏବେ ପୋତା ଚାଲିଛି । ୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ସମୁଦ୍ର ଢେଉରୁ ବେଳାମାର୍ଗ ରାସ୍ତାକୁ ସୁରକ୍ଷା ପ୍ରଦାନ ନିମନ୍ତେ ପ୍ରାକୃତିକ ବାଲି ବନ୍ତ ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ହେଲେ କିଛି ଦିନ ପୂର୍ବରୁ ଚନ୍ଦ୍ରଭାଗା ସୌନ୍ଦର୍ଯ୍ୟ କରଣ ପାଇଁ ସମୁଦ୍ର କୂଳର ନିର୍ଦ୍ଧିଷ୍ଟ ଏକ ଜାଗାରୁ ବାଲି ଗୁଡ଼ିକ ଟ୍ରକ୍ ଓ ଟ୍ରାକ୍ଟର ଲଗାଇ ଅନ୍ୟତ୍ର ସ୍ଥାନାନ୍ତରିତ କରିଦିଆଗଲା । ଶହ ଶହ ଟ୍ରିପ ବାଲି ଯିବା ପରେ କାମ କିନ୍ତୁ ହୋଇପାରିଲା ନାହିଁ । ହେଲେ ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ବାଲି ଚାଲାଣ କରାଯାଇଥିବା ଜାଗାକୁ ପୁନଶ୍ଚ ବାଲି ଭର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଛି । କୌଣସି ଦୁରଦୃଷ୍ଟି ନରଖି ସୋନ୍ଦର୍ଯ୍ୟ କରଣ ଆଳରେ ବେଳାମାର୍ଗକୁ ସୁରକ୍ଷା ପ୍ରଦାନ କରୁଥିବା ବାଲିବନ୍ତକୁ କାହା ନିର୍ଦ୍ଦେଶରେ ଖୋଳା ଯାଇ ବାଲି ସ୍ଥାନାନ୍ତରିତ କରାଗଲା ଏବେ ପୁନଶ୍ଚ ଏହି ଖାଲକୁ ବାଲି ଭର୍ତ୍ତି କରାଯାଉଛି ତାହା ତଦନ୍ତ ସାପେକ୍ଷ ଅଟେ । ଖୋଳିଲେ ଲାଭ ପୋତିଲେ ଲାଭ ନ୍ୟାୟରେ ସରକାରୀ ତହବିଲରୁ ଅର୍ଥ କାହା ସ୍ୱାର୍ଥରେ ଖର୍ଚ୍ଚ କରାଯାଇ ଅଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକୃତରେ ଏହି ବାଲି ସୌନ୍ଦର୍ଯ୍ୟ କରଣ କାମ ପାଇଁ ଖାଲି କରାଯାଇଥିଲା ନା ଅନ୍ୟ କିଛି କାରଣ ପାଇଁ ବାଲି ଚାଲାଣ ହୋଇଥିଲା ତାହା ସାର୍ବଜନୀନ କରିବାକୁ ସାଧାରଣରେ ଦାବୀ ପ୍ରକାଶ ପାଇଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026 ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026