Home ଓଡ଼ିଶା ଚୋରଙ୍କ ଟାର୍ଗେଟରେ ହିନ୍ଦୁ ଦେବଦେବୀଙ୍କ ମନ୍ଦିର : ସ୍ଥାନୀୟ ପ୍ରଶାସନ ର କାର୍ଯ୍ୟ କୁ ନେଇ ସାଧାରଣ ରେ ପ୍ରଶ୍ନବାଚୀ ? by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଅଣ୍ଢରା ଇଚ୍ଛାପୁର ଗ୍ରାମପଞ୍ଚାୟତ ର ତରଡାପଡା ଗାଁ ପାଖ କୁଶଭଦ୍ରା ନଦୀର ଅବବାହିକାରେ ଥିବା ମା ଦଶମଲ୍ଲୀ ଠାକୁରାଣୀଙ୍କ ମନ୍ଦିରରୁ ଚୋରୀ ହୋଇଥିବା ଜଣାପଡିଛି l 20 ତାରିଖ ମଧ୍ୟରାତ୍ରି ରେ କେହିଁ ଦୁର୍ବୁତ୍ତ ମାଙ୍କ ଆଖି ଓ ମକୂଟ ଏବଂ ପାର୍ଶ୍ୱ ଦେବଦେବୀ ଙ୍କ ର ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରୀ ହୋଇଥିଵା ଖବର ସମଗ୍ର ଗୋପ ଅଞ୍ଚଳରେ ଚହଳ ସୃଷ୍ଟି କରିଛି l ଗୋପ ଥାନା ଅଞ୍ଚଳ ରେ ବିଗତ କିଛି ମାସ ହେଵ ଚୋରୀ, ଡକାୟତି, ଲୁଟ, ହତ୍ୟା ଆଦି ଜଘନ୍ୟ କାର୍ଯ୍ୟ କ୍ରମଶଃ ବୃଦ୍ଧି ପାଉଥିବା ସ୍ଥଳେ ଗୋପ ପୋଲିସ ନିରବ। କାରଣ ଆବଶ୍ୟକୟୀ ଷ୍ଟାଫ୍ ନଥିବା ହେତୁ ଏଭଳି ଘଟଣା ଘଟୁଛି ବୋଲି ଜୈନିକ ପୋଲିସ ଅଧିକାରୀ କହିଛନ୍ତି l ଏବେ ଦୁର୍ବୁତ୍ତମାନେ ନିରବଛିର୍ଣ୍ଣ ଭାବେ ବିଭିର୍ନ୍ନ ଦେବାଦେବୀଙ୍କ ମନ୍ଦିରକୁ ଟାର୍ଗେଟ ରେ ନେଉଛନ୍ତି l ବୁଦ୍ଧିଜୀବୀ ଙ୍କ କହିବା କଥା ଗୋପ ରେ ପ୍ରଚୁର ପରିମାଣରେ ବିଭିର୍ନ୍ନ ପ୍ରକାର ର ମାଦକ ଦ୍ରବ୍ୟ ର ଅବାଧ କାରବାର ହେତୁ ମନ୍ଦିର ମାନଙ୍କରୁ ଚୋରୀ ହେଉଛି l ଗୋପ ଓ ଏହାର ଆଖପାଖ ଅଞ୍ଚଳରେ ମା ଦଶମଲ୍ଲୀ ଠାକୁରାଣୀ ଙ୍କ ଆଶିଷ ପ୍ରାପ୍ତି ପାଇଁ ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥାଏ l ଏଠାରେ ବର୍ଷକ ବାରମାସ ବିଭିର୍ନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ବିବାହ ବ୍ରତ ବାର୍ଷିକ ଉତ୍ସବ ସଭା ସମିତି ଆଦି ଅନୁଷ୍ଠିତ ହୋଇଥାଏ l କୁଶଭଦ୍ରା ନଦୀ କୂଳରେ ଆବାହନ କାଳରୁ ମା ପ୍ରତିମୂର୍ତ୍ତି ପୂଜାର୍ଚନା ହେଉଅଛି l ଯଦିଓ ଏଠାରେ ସୁରକ୍ଷାର କୌଣସି ଦୃଢ଼ ବନ୍ଦୋବସ୍ତ ନାହିଁ କିନ୍ତୁ କେବେ ଏଭଳି ଅଭାବାନୀୟ ଘଟଣା ଘଟିନଥିଲା l ସବୁଦିନ ଭଳି ପ୍ରାତଃ ସମୟରୁ ପୂଜକ ମା ଙ୍କ ପୂଜା ନିମନ୍ତେ ଉକ୍ତ ସ୍ଥାନରେ ପହଞ୍ଚି ଯାହା ଦେଖିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା ଆଉ କୌଣସି ମତେ ବିଶ୍ୱାସ ବି କରିପାରିନଥିଲେ l ତାପରେ ତରଡ଼ାପଡା ଗ୍ରାମର କିଛି ବ୍ୟକ୍ତି ବିଶେଷ ଙ୍କୁ ପୂଜାରୀ ସମସ୍ତ ଘଟଣା ସମ୍ପର୍କ ଅବଗତ କରିବା ପରେ ଗୋପ ଥାନାରେ ମନ୍ଦିର ରୁ ଚୋରୀ ହୋଇଥିଵା ସମ୍ପର୍କ ରେ ଲିଖିତ ଅଭିଯୋଗ କରିବାପରେ ତଦନ୍ତ ଆରମ୍ଭ ହୋଇଛି l ଗୋପ ସୁରକ୍ଷା ମଞ୍ଚ ର ସଭାପତି ସଚ୍ଚିଦାନନ୍ଦ ଗୋଛାୟତ ଙ୍କ ଦାବୀ କରିଛନ୍ତି କି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏଥିପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ସହିତ ଗୋପ ଥାନା କୁ ଆବଶ୍ୟକୀୟ ଅନୁଯାୟୀ ଷ୍ଟାଫ୍ ପ୍ରଦାନ କରିବା ସହିତ ଦୁର୍ବୁତ୍ତ ଙ୍କୁ ତୁରନ୍ତ ଗିରଫ କରାଯାଉ l Categories: ଓଡ଼ିଶା, ପୁରୀ, ହୋମ୍ Related Content ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026 ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026