ନାଚୁଣୀ ସେବା ସମବାୟ ସମିତି ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ର ତଦନ୍ତ ଦାବୀ

୨୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା  :-> ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ସେବା ସମବାୟ ସମିତି ର ଦାୟିତ୍ଵ ରେ ଥିବା ସମ୍ପାଦିକା ଙ୍କ ନାମରେ କାଗଜ ପତ୍ର ଜାଲିଆତି, ଉପଭୋକ୍ତା ଙ୍କ ସଞ୍ଚୟ ଟଙ୍କା, ୠଣ ଟଙ୍କା, ସମିତି ର ଅନ୍ୟାନ୍ୟ ଖର୍ଚ୍ଚ ଟଙ୍କା ଜାଲିଆତି କରି ଆତ୍ମସାତ୍ କରିବା ଭଳି ଗୁରୁତର ଆର୍ଥିକ ଅଭିଯୋଗ ହୋଇଛି।ଏ ସମ୍ପର୍କରେ ଉକ୍ତ ସେବା ସମବାୟ ସମିତି ପରିଚାଳନା ପରିଷଦ ର ଉପ ସଭାପତି ଙ୍କ ସମେତ ଛଅ ଜଣ ସଭ୍ୟ ଉକ୍ତ ଜାଲିଆତି ଓ ଆର୍ଥିକ ଅନିୟମିତତା ସମ୍ପର୍କରେ ତଦନ୍ତ ଦାବି କରି ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ, ଖୋର୍ଦ୍ଧା ର ସଭାପତି, ସହକାରୀ ଉପ ନିବନ୍ଧକ, ଖୋର୍ଦ୍ଧା ଡିଭିଜନ,

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବାଣପୁର ଶାଖା, ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର ପ୍ରବନ୍ଧକ ଙ୍କୁ କାଗଜାତ ପ୍ରମାଣପତ୍ର ର ନକଲ ଦର୍ଶାଇ ଲିଖିତ ଅଭିଯୋଗ କରିବା ସହ ସମ୍ପାଦିକା ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଛନ୍ତି। ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ ସମ୍ପାଦିକା ରେଜଲ୍ୟୁସନ ରେ ଚଞ୍ଚକତା କରି ଡାଟା ଏଣ୍ଟ୍ରି ଅପରେଟର ପ୍ରକାଶ କୁମାର ଜେନା ଙ୍କୁ ବହିଷ୍କାର ପ୍ରସ୍ତାବ ଆଣି ନିଜର ଅଧ୍ୟୟନ ରତ ପୁଅ ଅଙ୍କିତ ମହାପାତ୍ର ଙ୍କୁ ଲେଜରକ୍ଲର୍କ ଭାବରେ ନିଯୁକ୍ତି ଦେବା ଚାଷୀ ମାନଙ୍କ ବିନା ଦସ୍ତଖତ ରେ ଚାଷୀ ଙ୍କ ଋଣଵହି ଓ ଚେକ୍ ବହିରେ ନିଜେ ଦସ୍ତଖତ କରି ଚାଷୀ ଙ୍କ ନାମରେ ଅତ୍ୟଧିକ ଋଣ ଉଠାଇ ନିଜେ ଆତ୍ମସାତ କରିବା,

ଚାଷୀ ଙ୍କ ଵିହନ ଵିକ୍ରିର ସଵ୍ ସିଡ୍ ଟଙ୍କା କୁ ନିଜ ପରିବାର ସଦସ୍ୟ ଙ୍କ ନାମରେ ଆତ୍ମସାତ କରିବା, ଲୋକଙ୍କ ବିନା ଦସ୍ତଖତ ରେ ସଞ୍ଚୟ ଖାତା ରେ ଜମା କରାଯାଇଥିବା ଟଙ୍କା କୁ ନିଜେ ଦସ୍ତଖତ କରି କରି ଉଠାଇବା ସହିତ ବହୁ କାଗଜପତ୍ର ଜାଲିଆତି କରିବା ଭଳି ଗୁରୁତର ଅଭିଯୋଗ ରହିଛି।ଏହାର ବିଧିବଦ୍ଧ ତଦନ୍ତ କରାଯାଇ ସମିତି ର ଵିଶ୍ଵସ୍ତନୀୟତାକୁ ଫେରାଇ ଆଣିବାକୁ ଦାବି ହୋଇଛି।

Exit mobile version