Home ଓଡ଼ିଶା ଅକର୍ମା ବିଧାୟକଙ୍କ ରୋଷର ଶିକାର ହେଲେ ବ୍ଲକ କର୍ମଚାରୀ ପିସି ପାଇଁ ବ୍ୟାକୁଳ ହେଲେଣି କି ବିଧାୟକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା ବ୍ଲକ :-> ରାଜ୍ୟରେ ନୂତନ ସରକାର ଗଠନ ପରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଏବେ ପିସି ପାଇଁ ପାଗଳ ବିଲୁଆ ଭଳି ରାବିବା ଆରମ୍ଭ କରିଦେଲେଣି, ପୂର୍ବ ସରକାର ସମୟରେ ମାହାଙ୍ଗାର 37 ପଂଚାୟତ ରେ ହୋଇଥିବା ଉନ୍ନତି ମୂଳକ କାର୍ଯ୍ୟର ତଦନ୍ତ ଅଳରେ ବିଲ ଅର୍ଥ ବନ୍ଦ କରିଛନ୍ତି, ଦୀର୍ଘ ୫ମାସ ବିତିଯାଇଥିଲେ ବି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିକାଶମୂଳକ କାର୍ଯ୍ୟ ଠପ ହୋଇଯାଇଛି, ଉଭୟ ମାହାଙ୍ଗା ଓ ନିସ୍ଚନ୍ତକୋଇଲି ପଂଚାୟତ ସମିତି ବିଜେଡ଼ି ହାତରେ ଥିବାରୁ ବାବୁ ବିଧାୟକ ପିସି ନେବା କଷ୍ଟକର ହୋଇଛି, ଯାହାକୁ ନେଇ ପୂର୍ବତନ ବିଧାୟକ ପ୍ରତାପଜେନା ଗଣମାଧ୍ୟମରେ ଅଭିଯୋଗ କରିବା ପରେ ନୂଆ ବିଧାୟକ ଚିହିଁକି ଉଠିଥିଲେ, ଆଉ ପୂର୍ବ ସରକାର ଉପରେ ପିସି ଆଦାୟ ଦୋଷ ଲଦି ନିଜେ ପାଗଳ ବିଲୁଆ ଭଳି ସର୍ବତ୍ର ରଡି ଛାଡିଥିଲେ, ଯଦି ନବ ନିର୍ବାଚିତ ବିଧାୟକ ପିସି ନନିଅନ୍ତି ତେବେ ନିଜେ ବିପିଏଲ ପରିବାରରୁ କୋଟିପତି ହେଲେ କେମିତି, ଏତେ ଗୁଡ଼ାଏ ସମ୍ପତି ଅର୍ଜନ କଲେ କେମିତି ନା ତଥିଲା ବେପାର ନଥିଲା ଗାଡିଘୋଡା, ନିଜେ ସାରା ରାଜ୍ୟ ବୁଲି ବୁଲି ବଡବଡ଼ିଆଙ୍କ ନେତାଙ୍କ ପିସି ଗୋଟାଉ ଥିଲେ ଆଉ ସେଥିରୁ ଭାଗ ପାଇ ଆଜି କୋଟିପତି, ସିଏ ଆଗରୁ ଯେଉଁ ଫର୍ମୁଲା ଆପଣେଇ କଳାଧନ ଉପାର୍ଜନ କରି ଆଜି ବିଧାୟକ ହେଲେ ଏବେ ସେଇ ଫର୍ମୁଲା ମାହାଙ୍ଗାରେ ଆପଣେଇଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି, ପଂଚାୟତ ସମିତି ସମୀକ୍ଷା ଆଳରେ ଏବେ ସରକାରୀ ଅଧିକାରୀ ଓ କର୍ମଚାରୀ ମାନକୁ ନାଲି ଆଖି ଦେଖାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ପିସି ଆଦାୟ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି, ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ଚମଚା ଗିରି କରିକରି ଏବେ ରାଜ୍ୟରେ ନିଜର ଦବଦବା ଜାହିର କରୁଥିବା ଦେଖିବାକୁ ମିଳିଛି, ଅଦ୍ୟରୁ ଯେଉଁ ବ୍ୟକ୍ତି ଅନ୍ୟାୟ ଅନୀତି ଉପାୟ ଅବଲମ୍ବନ କରି କଳା ଧନ ଅର୍ଜନ କରି ଏବେ ରାମଚନ୍ଦ୍ର ହେବାକୁ ଅଭିନୟ କରୁଥିବା ଚର୍ଚ୍ଚା ହେଉଛି, ସେଇ କଳା ଟଙ୍କାରେ ଏବେ ବିଜେପି ନେତା ଓ ମନ୍ତ୍ରୀଙ୍କୁ କିଣି ମାହାଙ୍ଗା ବ୍ଲକରେ ବୈଷ୍ଣବ ପାଣି ଜୟନ୍ତୀ ଓ ସଭାସମିତି ଆୟୋଜନ କରି ସରକାରୀ ଅଧିକାରୀଙ୍କୁ ଡରାଇ ଧମକାଇ ନିଜ ସ୍ୱାର୍ଥ ହାସଲ ପାଇଁ ଉଦ୍ୟମ ଚଳାଇ ଛନ୍ତି, ହେଲେ ଏହି ସବୁ ନେତା ମନ୍ତ୍ରୀ ଏବେ ଏହା ଜାଣିପାରି ପାଣି ଜୟନ୍ତୀ ଅଧାରୁ ମାହାଙ୍ଗା ଆସିବା ହଠାତ ବନ୍ଦ କରିଦେଇଥିବାରୁ ନୂଆ ବିଧାୟକଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି, ବାବୁ ବିଧାୟକ ପଂଚାୟତ ସମିତିର ସମସ୍ତ କାର୍ଯ୍ୟ ବନ୍ଦ କରାଇଥିବା ବେଳେ କିନ୍ତୁ ଆରଡ଼ି ଆର ଆଣ୍ଡ ବି ,ଜଳସମ୍ପଦ ବିଭାଗ ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ ଉଠା ଜଳସେଚନ ବିଭାଗରୁ ମୋଟା ମାଲ ନେଇ କାର୍ଯ୍ୟ କରୁଥିବା ସାଧାରଣରେ ଶୁଣିବାକୁ ମିଳିଛି, ନିର୍ବାଚିତ ହେବା ଦିନ ଠାରୁ କୃତଜ୍ଞତା ଓ ଜନଶୁଣାଣୀ ସଭା ଆୟୋଜନ କରି ଜନସାଧାରଣଙ୍କ ସମସ୍ୟା ଅଭିଯୋଗ ଗ୍ରହଣ କରିଥିଲେ ମଧ୍ୟ ଆଜି ଯାଏ ନା ଗୋଟେ ନଳକୂପ ଖୋଲାହୋଇଛି ନା କାହାର ନୂଆ ଭତ୍ତା ଟିଏ ହୋଇଛି ମାହାଙ୍ଗା ପଂଚାୟତ ସମିତିରେ। ଖଣ୍ଡିଏ ଇଟା ବି ଯୋଡ଼ା ହୋଇନି।ଯିଏ ପିସି ଦେଲା ସେଇ ବିଭାଗର କାର୍ଯ୍ୟ ହେଉଛି, ପୂର୍ବ ସରକାରଙ୍କ ସମୟରେ ଅର୍ଥ ମଞ୍ଜୁର ହୋଇଥିବା ପ୍ରକଳ୍ପ ନା ରେ ନିଜର ନାମ ଫଳକ ମାରି ବାହାବା ନେବାକୁ ଆଗଭର ହୋଇଛନ୍ତି, ଅପାତ୍ରରେ ନିଜର ଭୋଟ ଦେଇ ଲୋକେ ଏବେ ପଛତେଇବା ଆରମ୍ଭ କଲେଣି. Categories: ଓଡ଼ିଶା, କଟକ, ହୋମ୍ Related Content ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026 ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ by Proprietor Abhimanyu Maharana June 20, 2026 ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ by Proprietor Abhimanyu Maharana June 20, 2026 ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana June 20, 2026