ଡରାଇଲାଣି ବାତ୍ୟା

୨୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ଡରାଇଲାଣି ବାତ୍ୟା ‘ ଦାନା’। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରରେ ଉଚ୍ଚ ଢେଉ କୂଳକୁ ଆସି ମାଡ ହେଉଥିବା ଦେଖିବାକୁ ମିଳିଛି । ବଡ଼ ବଡ ଲହଡ଼ି ସବୁ କୂଳ ଲଂଘୁଥିବ ବେଳେ ସମୁଦ୍ର ଅଶାନ୍ତ ହୋଇପଡିଛି । ତେବେ ଏହାକୁ ଖାତିର ନକରି ପର୍ଯ୍ୟଟକମାନେ ବେଳାଭୂମିରେ ବୁଲି ମଜା ଉଠାଉଥିବା ଦୃଷ୍ଟି ଗୋଚର ହୋଇଛି ।

 

ସମୁଦ୍ର ଅଶାନ୍ତ ଥିବାରୁ ଏବେ ମତ୍ସ୍ୟଜୀବୀ ମାନଙ୍କୁ  ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଫଳରେ ମତ୍ସ୍ୟଜୀବୀମାନେ କୂଳରେ ଡ଼ଙ୍ଗା ରଖ୍ ବିଶ୍ରାମ ନେଇଛନ୍ତି । ବିଭିନ୍ନ ସମୟରେ ହୋଇଥିବା ବାତ୍ୟାର ତାଣ୍ଡବଲୀଳା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଏହି ଦାନା ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି ।

ସମ୍ଭାବ୍ୟ ବାତ୍ୟାକୁ ଆଖିଆଗରେ ରଖି କୋଣାର୍କ ଏନ୍ ଏ ସି । ପକ୍ଷରୁ  ସତର୍କତା ନେଇ ପ୍ରଚାର ଗାଡ଼ି ବୁଲା ଯାଇ ସଚେତନତା କରାଯାଇଅଛି । ଏ ପର୍ଯ୍ୟନ୍ତ ବାତ୍ୟାର ଗତି ଓ ଦିଗ ସଠିକ୍ ରୂପେ ଜଣାପଡିନଥିବା ବେଳେ ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି ।

Exit mobile version