୨୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ଯକ୍ଷ୍ମା (ଟିବି) ବିରୋଧରେ ଲଢ଼େଇ କରିବାକୁ ଦିଆଯାଉଥିବା ବିସିଜି ଟିକା ନେଇ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ୫୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଟିକା ନେବାର ୨/୩ ଦିନ ଯନ୍ତ୍ରଣା ପରେ ଏବେ ଟିକା ନେଇଥିବା ସ୍ଥାନରେ ହୋଇଥିବା ଘା’ ସଂକ୍ରମଣ ହୋଇ ଯାଉଥିବାକୁ ନେଇ ବାଲିଗୁଡ଼ା ଅଞ୍ଚଳରେ ଏକ ଅଜଣା ଭୟ ସୃଷ୍ଟି ହୋଇଛି । ଟିକା ନେବାର ୨୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ହାତର ବ୍ୟଥା କମୁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।
