୨୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ ବ୍ଲକ କଳାଙ୍ଗ ପଞ୍ଚାୟତ ନାଉପଡା ଗ୍ରାମଠାରେ ଗାୟକ ରସନିଧି ଆନନ୍ଦ ବରାଡ଼ଙ୍କ ସ୍ମୃତି ସମାରୋହ ଉତ୍ସବ ଶିକ୍ଷକ ନେତା ପ୍ରସନ୍ନ କୁମାର ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମହାପାତ୍ର ଯୋଗଦେଇ ଓଡିଶୀ ସଂକୀର୍ତ୍ତନ ପରିବେଷଣ ଓ ସଂକୀର୍ତ୍ତନ ସଂଗଠନ ଗଢିବାରେ ଆନନ୍ଦ ବରାଡ଼ଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।

