୨୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସାମ୍ଭାବ୍ୟ ବାତ୍ୟା ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।ଏହି ବାତ୍ୟା ଦ୍ବାରା ଯେପରି ଧନ ଜୀବନ ହାନୀକୁ ରୋକାଯାଇ ପାରିବ ସେଥି ପ୍ରତି ପ୍ରତ୍ୟେକ ସତର୍କ ରହିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଆଜି ଅପରାହ୍ନ ରେ ଓସୱ୍ବାନ ପ୍ଲାଟଫର୍ମ ରେ ଆଭାସୀ ମାଧ୍ୟମରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଏହି ବାତ୍ୟା ଓଡିଶା ଉପକୂଳ ରେ ଲ୍ୟାଣ୍ଡ ଫଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଆମକୁ ଅଧିକ ସତର୍କ ଓ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଥିଲେ।ସମସ୍ତ ବିଭାଗ ସେମାନଙ୍କ ଦାୟିତ୍ୱ କୁ ସୁଚାରୁ ରୁପେ ପରିଚାଳନା କରି ଧନ ଜୀବନ ହାନୀକୁ ରୋକିବାରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।ସମସ୍ତ ବିଡ଼ିଓ ଓ ତହସିଲଦାର ସେମାନଙ୍କ ଅଞ୍ଚଳର ଖାଲୁଆ ଓ ତଳିଆ ଅଞ୍ଚଳକୁ ଚିହ୍ନଟ କରି ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଅଞ୍ଚଳର ଲୋକ ଙ୍କୁ ନିରାପଦ ସ୍ଥାନ କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ସେହିପରି କଚ୍ଚା ଘର,ଚାଳ ଓ ମାଟି ଘରର ଲୋକ ମାନଙ୍କୁ ମଧ୍ୟ ନିରାପଦ ସ୍ଥାନ କୁ ନେବାକୁ ସେ ପରାମର୍ଶ ଦେଇଥିଲେ ।

