୨୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଏକ ଦୁର୍ଗମ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଏଠାରେ ଅନେକ ଅଞ୍ଚଲରେ ଶିକ୍ଷା କ୍ଷେତ୍ରରେ ହଉ ଅବା ସ୍ଵାସ୍ଥ୍ୟ କ୍ଷେତ୍ର ପ୍ରତ୍ୟେକ କ୍ଷେତ୍ର ରେ ପଛୁଆ ହୋଇଥିବା ବେଳେ ଆଜି ଏହି ଦୁର୍ଗମ ଅଞ୍ଚଳର ଜଣେ ଯୁବକ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇଛନ୍ତି । ଆମେ କହୁଚୁ ଦୁର୍ଗମ ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଛେଲାଗଡ଼ ପଞ୍ଚାୟତ ଗଡର ଗ୍ରାମର ଦୁଖା ପୂଜାରୀ ଙ୍କ ପୁତ୍ର କଳିଙ୍ଗ କୁମାର ପୂଜାରୀ କଥା ।

