Home ଓଡ଼ିଶା ଓଡ଼ିଶାର ଭୁବନେଶ୍ୱରରେ ଜାୱା ୟେଜଦି ମୋଟରସାଇକେଲର ସର୍ବବୃହତ ଡିଲରସିପ୍ ଉଦ୍ଘାଟିତ : ଜାୱା ୪୨ ଏଫ୍ଜେ ଏବଂ ବିଏସଏ ଗୋଲ୍ଡ ଷ୍ଟାର ଉନ୍ମୋଚିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 1. ଓଡ଼ିଶାରେ ନୂଆ ବିଏସଏ ଗୋଲ୍ଡ ଷ୍ଟାର ୬୫୦ ଓ ୩୫୦ ଜାୱା ୪୨ ଏଫଜେ ଉନ୍ମୋଚିତ 2. ପ୍ରଥମ ଗ୍ରାହକଙ୍କୁ ଚାବି ହସ୍ତାନ୍ତର ସହ ନୂଆ ମୋଟରସାଇକେଲର ଡେଲିଭରି ଆରମ୍ଭ 3. ୩ରୁ ୨୦ଟି ଟଚ୍ ପଏଂଟ୍କୁ ବିସ୍ତାର କରିବାକୁ ଲକ୍ଷ୍ୟ ୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତର ‘ନିଓ-କ୍ଲାସିକ୍\’ ମୋଟରସାଇକେଲ ବର୍ଗର ଅଗ୍ରଣୀ ଜାୱା ୟେଜଦି ମୋଟରସାଇକେଲ୍ ପକ୍ଷରୁ ଆଜି ଭୁବନେଶ୍ୱରରେ ୪୨ ଲାଇଫ୍\’ ସିରିଜର ନୂତନ ୩୫୦ ଜାୱା ୪୨ ଏଫଜେର ଉନ୍ମୋଚନ କରାଯାଇଛି । ଏହି ଉନ୍ମୋଚନ ବ୍ରାଣ୍ଡ୍ ଆଇକନିକ୍ ବିଏସ୍ଏ ଗୋଲ୍ଡ ଷ୍ଟାର ୬୫୦ର ଶୁଭାରମ୍ଭ କରିବା ସହ ଓଡ଼ିଶାର ସର୍ବବୃହତ ସୋ ‘ରୁମକୁ ଉଦଘାଟନ କରିଛି । ପାର୍ବଣ ଋତୁ ପାଳନକୁ ଦୃଷ୍ଟିରେ ରଖି ଏହି ବ୍ରାଣ୍ଡ୍ ଓଡ଼ିଶାରେ ଏହାର ସର୍ବବୃହତ୍ ସୋ\’ରୁମକୁ ଉଦଘାଟନ କରିଛି । ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଲକ୍ଷିତା ଅଟୋମୋବାଇଲସ୍ ନାମକ ଏହି ନୂଆ ସୋ\’ରୁମରେ ଜାୱା, ୟେଜଦି ଓ ବିଏସଏ ମୋଟରସାଇକେଲର ସମ୍ପୂର୍ଣ୍ଣ ରେଞ୍ଜ ଉପଲବ୍ଧ ହେବ । ଏଥି ସହିତ ଅତ୍ୟାଧୁନିକ ଡିଲରସିପ୍ରେ ଉଚ୍ଚ ପ୍ରଶିକ୍ଷିତ ଟେକ୍ନିସିଆନଙ୍କ ଦ୍ୱାରା ପରିଚାଳିତ ସର୍ଭିସ୍ ସେଂଟର ରହିଛି ଯାହା ଉତମ ଗ୍ରାହକ ସେବା ଏବଂ ବିକ୍ରୟ ପରବର୍ତୀ ସହାୟତା ସୁନିଶ୍ଚିତ କରିବ । ଏହାର ଦ୍ରୁତ ଆଂଚଳିକ ସମ୍ପ୍ରସାରଣ ଜାରି ରଖି ଜାୱା ୟେଜଦି ମୋଟରସାଇକେଲ୍ସ ଓଡ଼ିଶାରେ ଏହାର ଡିଲରସିପ୍ ନେଟୱାର୍କକୁ ୧୩ରୁ ୨୦ଟି ଆଉଟଲେଟ୍କୁ ବୃଦ୍ଧି କରିବ । ଏଥି ପାଇଁ ଖୁବ୍ଶୀଘ୍ର ଅତିରିକ୍ତ ୭ଟି ଟଚ୍ ପଏଂଟ୍ ଖୋଲିବାକୁ ଯାଉଛି । ଏହି ସମ୍ପ୍ରସାରଣ ସମଗ୍ର ରାଜ୍ୟରେ ଏହାର ବିକ୍ରି ଏବଂ ବିକ୍ରୟ ପରବର୍ତୀ ସେବା ପାଇଁ ଉପସ୍ଥିତି ବୃଦ୍ଧି କରିବା ବ୍ରାଣ୍ଡର ପ୍ରତିବଦ୍ଧତାକୁ ଦର୍ଶାଉଛି । କ୍ଲାସିକ୍ ଲିଜେଣ୍ଡସ୍ ପ୍ରାଇଭେଟ୍ ଲିମିଟେଡ୍ର ସହ-ପ୍ରତିଷ୍ଠାତା ଅନୁପମ ଥାରେଜା କହିଛନ୍ତି ଯେ, “ବ୍ରିଟିଶ ଇଞ୍ଜିନିୟରିଂ ଉତ୍କର୍ଷତାର ପ୍ରତିନିଧିତ୍ୱ କରୁଥିବା ବିଏସ୍ଏ ଗୋଲ୍ଡ ଷ୍ଟାର ୬୫୦ ଏବଂ ଆକର୍ଷଣୀୟ ଜାୱା ୩୫୦- ୪୨ ଏଫ୍ଜେକୁ ଭୁବନେଶ୍ୱର ଆଣିବା ପାଇଁ ଆମେ ଉତ୍ସାହିତ । ୨୦୨୪ ଜାୱା ୪୨ ଏଫଜେ ଡିଜାଇନ-କେନ୍ଦ୍ରିତ ମୋଟରସାଇକେଲ ଇଞ୍ଜିନିୟରିଂ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଥିବା ବେଳେ ଏହାର ମୂଲ୍ୟ, ଦମଦାର ପ୍ରଦର୍ଶନ, ଶକ୍ତି ଏବଂ ନିର୍ମାଣ ଶୈଳୀର ଆଧୁନିକତାର ସୀମାକୁ ଆଗକୁ ବଢ଼ାଉଛି । ଏହି ଶୁଭାରମ୍ଭ ସହିତ ଓଡ଼ିଶାରେ ଆମର ବୃହତମ ସୋ\’ରୁମ ସର୍ବୋଚ୍ଚ ବିକ୍ରୟ ଏବଂ ସେବା ପ୍ରଦାନ ମାଧ୍ୟମରେ ପ୍ରିମିୟମ୍ ଗ୍ରାହକ ଅନୁଭୂତି ପ୍ରଦାନ କରିବାକୁ ଆମର ସମର୍ପଣକୁ ପ୍ରତିଫଳିତ କରୁଛି ।” ଭାରତରେ ‘ନିଓ-କ୍ଲାସିକ୍’ ମୋଟରସାଇକେଲ ବର୍ଗର ଅଗ୍ରଣୀ ଜାୱା ୟେଜଦି ମୋଟରସାଇକେଲ୍ ମଧ୍ୟ ଜାୱା “୪୨ ଲାଇଫ୍’ରେ ସଦ୍ୟତମ ଉତ୍ପାଦ ଭାବରେ ରାଜ୍ୟରେ ନୂତନ ୩୫୦ ଜାୱା ୪୨ ଏଫଜେ ଉନ୍ମୋଚନ କରିଛି । ବ୍ରାଣ୍ଡ୍ର ପ୍ରତିଷ୍ଠାତା ଫ୍ରାଟ୍ସେକ୍ ଜାନେକ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା ଏହି ଉନ୍ମୋଚନ ଜାୱା ୪୨ ସିରିଜ୍ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଯାହା ପୂର୍ବରୁ ୪୨ ଏବଂ ୪୨ ବବର ଭଳି ମଡେଲ୍ରେ ରାଇଡରମାନଙ୍କୁ ଆକର୍ଷିତ କରିସାରିଛି ।ଏହା ସହିତ କମ୍ପାନନି ଆଜି ଅନ୍ୟତମ ବଡ ମୋଟରସାଇକେଲ ବ୍ରାଣ୍ଡ-ବିଏସଏ ଶୁଭାରମ୍ଭ କରିଛି । ଏକଦା ବିଶ୍ୱର ସର୍ବବୃହତ ମୋଟରସାଇକେଲ ନିର୍ମାତା ତଥା ବ୍ରିଟିଶ ଶିଳ୍ପ ଐତିହ୍ୟର ସ୍ତମ୍ଭ ଥିବା ବର୍ମିଂହାମ ସ୍ମଲ୍ ଆର୍ମସ କମ୍ପାନି (ବିଏସଏ)ର ୧୮୬୧ମସିହାରେ ପ୍ରତିଷ୍ଠା ହେବା ପରଠାରୁ ଏହାର ପ୍ରଶଂସକ ଗହଣରେ ଆଦୃତ ଲାଭ କରିଛି । ଉତ୍ପାଦ ମୁଖ୍ୟାଂଶ : 1. ୩୫୦ ଜାୱା ୪୨ ଏଫଜେ 2. ଏହାର ମୂଲ୍ୟ ୧.୯୯ ଲକ୍ଷ ଟଙ୍କା (ଏକ୍ସ-ସୋ\’ରୁମ୍ ଦିଲ୍ଲୀ) ରୁ ଆରମ୍ଭ ହୋଇ ଦମଦାର ପ୍ରଦର୍ଶନ, ଉନ୍ନତ ଡିଜାଇନ ଓ ଉଚିତ ମୂଲ୍ୟର ତ୍ରିମୂର୍ତି ପ୍ରଦାନ କରୁଛି । 3. ୪୨ ଲାଇଫ୍’ ସିରିଜ୍ – ୪୨, ୪୨ ବବର ଏବଂ ବର୍ତମାନ ୪୨ ଏଫ୍ଜେ 4. ଲମ୍ବା ହ୍ୱିଲବେସ୍, ଉଚ୍ଚ ଗ୍ରାଉଣ୍ଡ କ୍ଲିୟରାନ୍ସ 5. ବର୍ଗର-ପ୍ରଥମ ବ୍ରସଡ୍ ଆଲୁମିନିୟମ ଟ୍ୟାଙ୍କ ପ୍ୟାନେଲ 6. ଉନ୍ନତ ଏର୍ଗୋନୋମିକ୍ସ ସହିତ ନିଓ-କ୍ଲାସିକ୍ ଡିଜାଇନ୍ 7. ଏକ ସ୍ୱତନ୍ତ୍ର ସାଉଣ୍ଡଟ୍ରାକ୍ ସହିତ ନୂତନ ଉନ୍ନତ ଏକ୍ଜଷ୍ଟ; ଅଲ୍-ଏଲଇଡି ଲାଇଟିଂ 8. ଅଗ୍ରଣୀ ପ୍ରଦର୍ଶନ ପାଇଁ ନୂତନ ୩୫୦ ଆଲଫା୨ ଇଞ୍ଜିନ 9. ବେଂଚମାର୍କ-ସେଟିଂ ପରିଚାଳନା ଏବଂ ଅଗ୍ରଣୀ ବ୍ରେକି 10. ପାଂଚଟି ଚମତ୍କାର ରଙ୍ଗ, ଏବଂ ଏକାଧିକ କ୍ଲାଡ଼ିଙ୍ଗ ବିକଳ୍ପ ଗୋଲ୍ଡ ଷ୍ଟାର : ଭାରତର ଐକ୍ୟ, ସବୁଠାରୁ ଯୋଗ୍ୟ! ବିଏସଏ ଗୋଲ୍ଡ ଷ୍ଟାରର ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକମଧ୍ୟରେ ରହିଛି : 1. ଭାରତର ସର୍ବବୃହତ ସିଙ୍ଗଲ ସିଲିଣ୍ଡର: ଏକ ଲିକ୍ୱିଡ୍ କୁଲ୍ଡ, ୬୫୨ ସିସି ଇଞ୍ଜିନ 2. ୫୫ ଏନ୍ ଏମ୍ ଓ ୪୫.୬ ପିଏସ୍ ରେ ଅଗ୍ରଣୀ, 3. ବେଷ୍ଟ-ଇନ୍-କ୍ଲାସ୍ ଉପାଦାନ: ବ୍ରେମ୍ବୋ ଡୁଆଲ ଚ୍ୟାନେଲ୍ ଏବିଏସ୍, ଆଲୁମିନିୟମ୍ ଏକ୍ସେଲ ରିମ୍ ଏବଂ ପିରେଲି ଟାୟାର ସହିତ ବ୍ରେକ୍ 4. ଆଧୁନିକ ବୈଶିଷ୍ଟ୍ୟ ଏବଂ ଡିଜିଟାଲ-ଆନାଲଗ ଉପକରଣ ଦ୍ୱାରା ପରିପୂର୍ଣ୍ଣ କ୍ଲାସିକ୍ ବ୍ରିଟିଶ ଷ୍ଟାଇଲିଂ 5. ସିଲ୍ଭର ସିନ୍ରେ ଲିଗାସି ସମେତ ୬ଟି ଚମତ୍କାର ରଙ୍ଗ ବିକଳ୍ପ ବିଏସଏ ଗୋଲ୍ଡ ଷ୍ଟାର ୨୦୨୪ ଅଗଷ୍ଟ ୧୫ରୁ ସାରା ଭାରତରେ ବଛାବଛା ସୋ’ରୁମ୍ ରେ ଉପଲବ୍ଧ ହେବ ଯାହାର ମୂଲ୍ୟ ୨.୯୯ ଲକ୍ଷ ଟଙ୍କା (ଏକ୍ସ-ସୋ’ରୁମ୍ ଓଡ଼ିଶା) ଠାରୁ ଆରମ୍ଭ ହୋଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର by Proprietor Abhimanyu Maharana July 3, 2026 TPCODL Gears Up for Rath Yatra 2026 with Robust Power Preparedness in Puri by Proprietor Abhimanyu Maharana July 3, 2026 TPWODL Strengthens Power Network to Ensure Reliable Electricity Supply During Monsoon by Proprietor Abhimanyu Maharana July 3, 2026 ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା ) ବୈଠକ by Proprietor Abhimanyu Maharana July 3, 2026 ସିପିଇଟିରେ ରାଜ୍ୟ ଟପ୍ପର ନୟାଗଡ଼ର ରିତ୍ୟୁଷା ମିଶ୍ର by Proprietor Abhimanyu Maharana July 3, 2026 ନୟାଗଡ଼ରେ ଜିଲ୍ଲାସ୍ତରୀୟ ଭିବି-ଜୀ ରାମ ଜୀ ଯୋଜନାର ଶୁଭାରମ୍ଭ by Proprietor Abhimanyu Maharana July 3, 2026