Home ଓଡ଼ିଶା ବାଙ୍କୀରେ ଅବକାରୀ ଚଢ଼ାଉ, ୨୮୦ଲିଟର ଦେଶୀ ରନ୍ଧା ମଦ ଜବତ ଓ ୨୯୫୦ଲିଟର ପୋଚ ନଷ୍ଟ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> କଟକ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼ ଅବକାରୀ ଉପଅଧିକ୍ଷକ ନିମାଇଁ ଚରଣ ସିଂହଙ୍କ ତତ୍ତ୍ୱାବଧାନରେ ବାଙ୍କୀ ପୋଲିସ୍ , ଆଠଗଡ଼, ନରସିଂହପୁର, ଅବକାରୀ କର୍ମଚାରୀମାନେ ପୂଜାପାର୍ବଣକୁ ଆଖି ଆଗରେ ରଖି ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ଶବର ସାହି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ସେଠାରେ ମୋଟ୍ ୨୯୫୦ଲିଟର ମଦ ପାଇଁ ପ୍ରସ୍ତୁତି ନିମନ୍ତେ ବ୍ୟବହୃତ ଗୁଡ ଓ ସାରମିଶ୍ରିତ ଗୁଡପୋଚ, ୨୮୦ଲିଟର ଦେଶୀମଦ ଜବତ କରି ଗଟଣାସ୍ଥଳରେ ନଷ୍ଟ କରିଦିଆଯାଇଥିଲା । ନଷ୍ଟ କରାଯାଇଥିବା ଗୁଡପୋଚ ଓ ମଦର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ । ଏହି ଚଢ଼ାଉରେ ବାଙ୍କୀ ଅବକାରୀ ଅଧିକାରୀ ସୌମ୍ୟରଞ୍ଚନ ମାଝୀ, ନରସିଂହପୁର ଅବକାରୀ ଅଧିକାରୀ ବିଶ୍ୱମ୍ବର ବିଶ୍ୱାଳ, ଆଠଗଡ଼ ଅବକାରୀ ଅଧିକାର ଅରୁଣ ଭୋଇ ଏବଂ ବାଙ୍କୀ ଥାନାର ସହକାରୀ ଅଧିକାରୀ ପ୍ରଦୀପ କୁମାର ତ୍ରିପାଠୀ ପ୍ରଭୃତି ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026 ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ by Proprietor Abhimanyu Maharana June 20, 2026 ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ by Proprietor Abhimanyu Maharana June 20, 2026 ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana June 20, 2026