ଯୁବସଂଗଠକ ଦିଲ୍ଲୀପ୍ କୁମାର ମିଶ୍ରଙ୍କ ପରଲୋକ

୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ଚର୍ଚ୍ଚିକା ଗ୍ରାମର ଯୁବସଂଗଠକ ଦିଲ୍ଲୀପ୍ କୁମାର ମିଶ୍ରଙ୍କ କଟକ ବଡମେଡିକାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା । ବାଙ୍କୀ ଅଞ୍ଚଳର ବହୁ ବେକାର ଯୁବକଯୁବତୀଙ୍କୁ ବିଭିନ୍ନ ସରକାରୀ ଓ ବେସରକାର ୀ ସଂସ୍ଥାରେ କର୍ମ ନିଯୁକ୍ତି ଦେବା ସହ କଟକରେ ବାଙ୍କୀର ଲୋକମାନଙ୍କୁ ଡାକ୍ତରଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ସେ ବ୍ୟବସ୍ଥା କରିଆସୁଥିଲେ । ଗ୍ରାମର ଐଶ୍ୱାନେଶ୍ୱର ମନ୍ଦିରର ଜାନିଯାତ୍ରାରେ ଏକ ପ୍ରମୁଖ ଭୂମିକା ନେଇ ଲୋକଙ୍କ ପ୍ରିୟପାତ୍ର ହୋଇଥିଲେ ।

ବାଙ୍କୀ ଚର୍ଚ୍ଚିକା ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ସାନଝିଅ ଦୀପ୍ତିରେଖା ମିଶ୍ର ମୁଖାଗ୍ନୀ ପ୍ରଦାନ କରିଥିବା ବେଳେ ବଡଝିଅ ଶ୍ରୁତିରେଖା ମିଶ୍ର ନୀତିକାନ୍ତିରେ ସହଯୋଗ କରିଥିଲେ । ତାଙ୍କର ମୃତ୍ୟୁରେ ବାଙ୍କୀର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ, ବାପୁଜୀ ସେବା ସଂଘର ସମସ୍ତ କର୍ମକର୍ତ୍ତା, ବାଙ୍କୀ ତଥା କଟକର ବହୁ ବୁଦ୍ଧିଜୀବୀ ଶୋକପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ମା’ଚର୍ଚ୍ଚିକା ଓ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

Exit mobile version