ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଜି.ଉଦୟଗିରିର ଏନ୍.ପଲ୍ଲବୀ

୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଓଡ଼ିଶା ପ୍ରଶାସନିକ ସେବା-୨୦୨୨ ପରୀକ୍ଷା ଫଳ ଇତିମଧ୍ୟରେ ବାହାରିଥିବାବେଳେ ଜି.ଉଦୟଗିରିର ଏନ୍.ପଲ୍ଲବୀ ୨୯୭ ନମ୍ବର ସ୍ଥାନରେ ରହି ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ବିବରଣୀରୁ ପ୍ରକାଶ ଯେ, ସ୍ଥାନୀୟ ସହରର ୪ନମ୍ୱର ଶ୍ରୀରାମପଦାସ୍ଥିତ ପିତା ଉବେଦନ ନାୟକ ଓ ମାତା ଝୁନୁ ପଣ୍ଡାଙ୍କ ସୁପୁତ୍ରୀ ଏନ୍.ପଲ୍ଲବୀ ୨୯୭ ନମ୍ବର ସ୍ଥାନରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଏନ୍.ପଲ୍ଲବୀ ୪ର୍ଥ ଉଦ୍ୟମରେ ଏହି ସଫଳତା ଅର୍ଜନ କରିଥିବା ନେଇ ତାଙ୍କ ବାପା ଉବେଦନ ନାୟକ କହିଛନ୍ତି। ସେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଡିଏଭି ସ୍କୁଲ ପୋଖରୀପୁଟ, ଭୁବନେଶ୍ବର, ସ୍ନାତକ ଏସ୍‌ଟି.ଷ୍ଟିଫେନ କଲେଜ, ଦିଲ୍ଲୀ ୟୁନିଭର୍ସିଟି ଏବଂ ସମାଜ ବିଜ୍ଞାନରେ ଇଗନୋ ଅଧିନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି। ସେ ବାପା, ମାଆ ଗୁରୁଜନମାନଙ୍କୁ ଏହି ସଫଳତାର ଶ୍ରେୟ ଦେଇଥିବାବେଳେ ଆଗକୁ ଜନସାଧାରଣଙ୍କ ସେବା ଜାରୀ ରଖିବେ ବୋଲି ପ୍ରକାଶ କରିଛନ୍ତି ।

Exit mobile version