୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଦଶପଲ୍ଲାର ଝିଅ ରଶ୍ମିତା ସାହୁ। ୨୦୨୨ ମସିହାର ପ୍ରକାଶିତ ଫଳ ଅନୁଯାୟୀ ସେ , କ୍ରମିକ ସଂଖ୍ୟା ୨୯୩ ର ଅଛନ୍ତି। ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ଦୁର୍ଗା ବଜାର କଲୋନୀର ଦିବଂଗତ ରଘୁନାଥ ସାହୁ ଓ ମାତା ବାସନ୍ତୀ ସାହୁଙ୍କ ସେ ଏକମାତ୍ର କନ୍ୟା । ସେ ସ୍ଥାନୀୟ ରାଧାମୋହନ ଜିଉ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ ୟୁନିଟେକ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ନୟାଗଡ଼ରେ ପାଠ ଶେଷ କରିବା ପରେ ଭୁବନେଶ୍ଵରର ଏକ ଘରୋଇ କୋଚିଂ ସେଣ୍ଟରରେ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ।
