Home ଓଡ଼ିଶା ଓଏଏସ୍ ପାଇଲେ ଦୁର୍ଗମ ଗ୍ରାମର ସଞ୍ଜୀବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> କନ୍ଧମାଳ ଜିଲା କୋଟଗଡ଼ ବ୍ଳକର ଦୁର୍ଗମ ସୁବର୍ଣ୍ଣଗିରି ପଞ୍ଚାୟତର ଦୁର୍ଗମ ଆଜିକେରୀ ଗ୍ରାମର ସଞ୍ଜୀବ ରୁପାମାଝୀ ଓ.ଏ.ଏସ୍ ପରୀକ୍ଷାରେ ୫୬୨ ସ୍ଥାନ ହାସଲ କରିଛନ୍ତି । ନିଜ ଗ୍ରାମର ମୋବାଇଲ୍ ସେବା ପହଞ୍ଚି ନଥିବାରୁ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ତାଙ୍କ ପରିବାରକୁ ସେ ଖବର ଦେଇ ପାରିନାହାନ୍ତି ବୋଲି ସଞ୍ଜୀବ କହିଛନ୍ତି । ସମାଜ ଗତ ଦୁଇବର୍ଷ ହେଲା ଓ.ଏ.ଏସ୍ ପରୀକ୍ଷା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ପ୍ରଥମ ଉଦ୍ୟମରେ ସଫଳ ହୋଇଛନ୍ତି ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସଞ୍ଜୀବ କୋଟଗଡ଼ ବ୍ଳକର ପ୍ରଥମ ଓ.ଏ.ଏସ୍ ପାସ୍ କରିଥିବା ଯୁବକ ବୋଲି ଜଣାପଡ଼ିଛି । ବାପା ଜିମେନ୍ଦ୍ର ରୁପାମାଝୀ ଓ ମାଆ କିମନ୍ତେ ରୁପାମାଝୀଙ୍କ ହିତୀୟ ସନ୍ତାନ । ଗ୍ରାମରେ ସେହି ସମୟରେ ବିଦ୍ୟାଳୟ ନଥିବାରୁ କୋଟଗଡ଼ ବଜାର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ୫ମ ଶ୍ରେଣୀଯାଏଁ ପାଢ ପଢିବା ପରେ ସେ ଫୁଲବାଣୀ ନବଦୋୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀ ଠାରୁ ୧୦ମ ପର୍ଯ୍ୟନ୍ତ ପଢିଥିଲେ। ପରବର୍ତ୍ତି ସମୟରେ ସେ ରାଜଧାନୀ ଇଞ୍ଜିନିୟରିଂରେ ନାମ ଲେଖାଇଥିଲେ। ଆର୍ଥିକ ଅଭାବରୁ ସେ ଇଞ୍ଜିନିୟରି ପାଠ ସମାପ୍ତ ପରେ ଏକ ଘରୋଇ ସଂସ୍ଥାରେ ଚାକିରି କରିବାକୁ ଦିଲ୍ଲୀ ଯାଇଥିଲେ । କରୋନା କଟକଣା ଯୋଗୁଁ ନିଜ ଗ୍ରମାକୁ ଫେରିଥିଲେ । ଗ୍ରାମରେ ରହି ଓଏଏସ ଏବଂ ଆଇଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୨୦୨୪ରେ ସେ ପୁଲିସ୍ ଏସ୍.ଆଇ ପରୀକ୍ଷାରେ କୃତିତ୍ବ ହୋଇ ବର୍ତ୍ତମାନ ତାଲିମ୍ ନେଉଥିବା ବେଳେ ଓଏଏଓ ପାଇଁ ପଢ଼ାପଢ଼ି ଜାରି ରଖୁଥିଲେ ବୋଲି ସଞ୍ଜୀବ କହିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଆଦର୍ଶ ବିଦ୍ୟାଳୟର ସ୍ପାର୍କ-୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 1, 2026 ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର : ଶ୍ରଦ୍ଧାଳୁ ଆନନ୍ଦିତ by Proprietor Abhimanyu Maharana October 1, 2026 ଦୁର୍ଗାପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି by Proprietor Abhimanyu Maharana October 1, 2026 ଓଡ଼ିଶା ବନ୍ଦ ଡାକରା ବାଲିଗୁଡ଼ାରେ ବିଫଳ by Proprietor Abhimanyu Maharana October 1, 2026 ଛେଳି ପଲ ସହ ଗାଁକୁ ଚାଲିଆସିଲା ହରିଣ ଛୁଆ by Proprietor Abhimanyu Maharana October 1, 2026 କବିବର ରାଧାନାଥ ରାୟଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 1, 2026