୨୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ପ୍ରଶାସନିକ ସେବା ପରୀକ୍ଷା ଫଳରେ ୩୦ତମ ସ୍ଥାନ ରଖି କୃତକାର୍ଯ୍ୟ ହୋଇଛନ୍ତି ଫୁଲବାଣୀ ସହର ହନୁମାନ ମନ୍ଦିର ସାହିର ଚନ୍ଦନ କୁମାର ସାହୁ। ଦ୍ବିତୀୟ ଉଦ୍ୟମରେ ଏହି ସଫଳତା ହାସଲ କରିଛନ୍ତି ଚନ୍ଦନ। ବାପା ଶାନ୍ତନୁ କୁମାର ସାହୁ ବିଦ୍ୟୁତ ବିଭାଗରେ ମିଟର ରିଡର ଭାବେ କାର୍ଯ୍ୟ କରୁଥିବାବେଳେ ମାଆ ରୀତା ସାହୁ ଜଣେ ଗୃହିଣୀ । ପିଲାଟି ଦିନରୁ ଚନ୍ଦନ ଥିଲେ ଜଣେ ମେଧାବୀ ଛାତ୍ର । ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରୁ ମାଟ୍ରିକ ପାସ୍ କରିବାପରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଯୁକ୍ତ ଦୁଇ ଓ ପରେ ଏକ ଘରୋଇ କଲେଜରୁ ଯୁକ୍ତ ତିନି ଉତ୍ତୀର୍ଣ୍ଣ ହୋଇଥିଲେ।
