୧୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଯୋଉଠି ଚାଲିବା ପାଇଁ ଭଲ ରାସ୍ତା ଖଣ୍ଡେ ନଥିବ ସେଠି କେମିତି ଦୈନନ୍ଦିନ ଜୀବନ ବିତୁଥିବ ? ଆଉ ଆଜିର ଡିଜିଟାଲ ଯୁଗରେ ନେଟୱର୍କ ନାହିଁ ଯଦି ହାତରେ ମୋବାଇଲ୍ ଏକ ଖେଳନା ସଦୃଶ ।ତେବେ କିଭଳି ଦୁର୍ଗମ ରେ କାଳ କାଟୁଛନ୍ତି ଦୁର୍ଗମ ବାସୀ ଚାଲନ୍ତୁ ଦେଖିବା ।ଏ ହେଉଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଛେଲାଗଡ ଗ୍ରାମ ପଞ୍ଚାୟତ କାନିକିପଦର ଗ୍ରାମ । ଗ୍ରାମରେ ବସବାସ କରନ୍ତି ୯୦ ଆଦିବାସୀ ପରିବାର ୧୦୦୦ ରୁ ଉର୍ଦ୍ଧ ଲୋକ । ଗାଆଁ ରେ ଅନେକ ମୌଳିକ ସୁବିଧା ପହଞ୍ଚି ଥିଲେ ମଧ୍ୟ ମୁଖ୍ୟ ସମସ୍ୟା ହେଲା ରାସ୍ତା । ରାସ୍ତା ର ଅବସ୍ଥା ଏପରି ଅଛି ଯାହା ନକହିବା ଭଲ ।
