Home ଓଡ଼ିଶା ବଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଡ୍ରେନ୍ ବିପଦ ସଙ୍କୁଳ ଅବସ୍ଥାରେ ରହିଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଅଧିନସ୍ତ ବଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଜାତୀୟ ରାଜପଥ ପାର୍ଶ୍ବର ଡ୍ରେନ୍ ର ଅବସ୍ଥା କେତେବେଳେ ଘଟି ପାରେ ଅଘଟଣ ଏକଥା କୁ ଏଡାଇ ଯାଇନପାରେ । ଏହି ଡ୍ରେନ୍ ର ଏହିପରି ଅବସ୍ଥା ରହିଛି ଯାହା ଦେଖିଲେ ଜଣା ପଡୁଛି ବିପଦକୁ ଆମନ୍ତ୍ରଣ କରୁଛି। କୌଣସି ସମୟରେ ମଧ୍ୟ ଦୁର୍ଘଟଣାର ଆଶଙ୍କା ରହିଛି । ସୂଚନା ପ୍ରକାରେ ଏହି ଡ୍ରେନ୍ ର ନିର୍ମାଣ କାର୍ଯ୍ୟ କରିବା ନିମନ୍ତେ ଏଆର୍ ଏସ୍ଏସ୍ ଠିକା ସଂସ୍ଥା ନେଇଥିଲା ଠିକା ସଂସ୍ଥା ଡ୍ରେନ୍ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ସମ୍ପାଦନା କରିନଥିବା ପରିଲକ୍ଷିତ ହୋଇଛି। ଏଭଳି ବହୁ ଦିନ ଧରି ଡ୍ରେନ୍ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ କେମିତି ସ୍ଥାନୀୟ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ନଜର ପଡୁ ନାହିଁ ତାହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ, କେତେବେଳେ ଯେ କୌଣସି ସମୟରେ ବିପଦ ଘଟିବ ତାହା କେହି ଜାଣିନଥିବା ବେଳେ ଏହାର ସ୍ଥାୟୀ ସମାଧାନ ଲାଗି ପ୍ରଶାସନ ତତ୍ପରତା ଦେଖାଉନଥିବା ବେଳେ ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି। ପ୍ରଶାସନିକ ଅବହେଳା ଯୋଗୁଁ ଏହି ସମସ୍ୟା ଦେଖିବାକୁ ମିଳୁଛି ବୋଲି ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ଗଣମାଧ୍ୟମକୁ ଅବଗତ କରାଇଛନ୍ତି ଯେ, ପ୍ରଶାସନ ଏହି ସମସ୍ୟା କୁ ଅତି ଗମ୍ଭୀରତାର ସହ ବିଚାର କରି ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଅବିଳମ୍ବେ ଏହି ଡ୍ରେନ୍ କାର୍ଯ୍ୟ ନିର୍ମାଣ ଆରମ୍ଭ କରିବା ପାଇଁ ଦାବି କରିଛନ୍ତି। Categories: ଓଡ଼ିଶା, ଗଜପତି, ହୋମ୍ Related Content ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେଜିଲ୍ଲପାଳ ଙ୍କୁ ୧୨ ଦଫା ଦାବୀ ନେଇ ସ୍ମାରକ ପତ୍ର ପ୍ରଦାନ by Proprietor Abhimanyu Maharana October 1, 2026 ଗୁମ୍ମା ବ୍ଲକ ସେରଙ୍ଗ ଗ୍ରାମରେ ଫୁଡ୍ ସେଫ୍ଟି ବିଭାଗ ର ଚଢ଼ାଉହୋଟେଲ ଓ ବିଭିନ୍ନ ଦୋକାନରୁ ଖାଦ୍ୟ ନମୁନା ସଂଗ୍ରହ, ମାନ ପରୀକ୍ଷଣ ପାଇଁ ପଠାଯିବ by Proprietor Abhimanyu Maharana October 1, 2026 ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ by Proprietor Abhimanyu Maharana October 1, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା ଘଟଣାରେ ୧୨ ଗିରଫ by Proprietor Abhimanyu Maharana October 1, 2026 ଗଜପତି : ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ଥିବା ଏ ସି. ଏଫ.ଓ ସୌମ୍ୟ ମୃତ୍ୟୁ ମାମଲାରେ ରୋଷେୟା ଗିରଫ by Proprietor Abhimanyu Maharana October 1, 2026 ଆଇଆଇଟି ଭୁବନେଶ୍ୱରରେ ଓଡିଆପ୍ରେନ୍ୟୁର୍ ୩.୦ ରାଜ୍ୟସ୍ତରୀୟ ହ୍ୟାକାଥନ୍ ଉଦ୍ଘାଟିତ by Proprietor Abhimanyu Maharana October 1, 2026