Home ଓଡ଼ିଶା ଯୁବ ସଂଗଠନ ଙ୍କ ଆକଳ ବିୟୋଗ ବାଙ୍କୀ ଅଞ୍ଚଳ ରେ ଶୋକ ରେ ଛାୟା ଖେଳିଯାଇଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ତଥା କଟକ ଅଞ୍ଚଳ ର ଯୁବ ସଂଗଠନ ଦିଲ୍ଲୀପ କୁମାର ମିଶ୍ର (୬୪)ଙ୍କ ଗୁରୁବାର କଟକ ବଡ଼ ମେଡିକାଲ ରେ ବିୟୋଗ ହୋଇଛି । ୧୯୬୦ ମସିହା ରେ ବାଙ୍କୀ ଚର୍ଚ୍ଚିକା ସାହି ରେ ଜନ୍ମିତ ଶ୍ରୀ ମିଶ୍ର ଦୀର୍ଘ ବର୍ଷ ଧରି କଟକ ର ଏକ ଘରୋଇ ପରିବହନ କମ୍ପାନୀ ରେ କାର୍ଯ୍ୟ କରି ନିଜ ପରିଚୟ ସୃଷ୍ଟି କରିଥିଲେ । ବିଶେଷତଃ ବାଙ୍କୀ ଅଞ୍ଚଳ ର ବହୁ ବେକାର ଯୁବକ ଯୁବତୀ ଙ୍କୁ ସେ ବିଭିନ୍ନ ସରକାରୀ ବେସରକାରୀ ଚାକିରୀ ରେ କର୍ମନିଯୁକ୍ତି ଦେବା ସହ ବାଙ୍କୀ ମୂଳକ ର ଯାହାର ଦେହ ଖରାପ ହେଲେ ସେମାନେ କିପରି କଟକ ରେ ସୁବିଧା ରେ ସ୍ୱାସ୍ଥ୍ୟ ସେବା ପାଇବେ କେଉଁ ଡାକ୍ତର ଙ୍କ ପାଖରେ କମ ଖର୍ଚ୍ଚ ରେ ଚିକିତ୍ସା ପାଇପାରିବେ ସେ ସମ୍ପର୍କ ରେ ପରାମର୍ଶ ଦେଉଥିଲେ। କଟକ ରୁ ଚାକିରୀ ସାରି ସ୍ବର୍ଗତ ମିଶ୍ର ବାଙ୍କୀ ଚର୍ଚ୍ଚିକା ଗ୍ରାମ ନିଜ ବାସଭବନ ରେ ରହୁଥିଲେ ସେ ସମୟରେ ଭାଗବତ ର କିପରି ପ୍ରଚାର ପ୍ରସାର ହେବ ସେ ଯୁବ ବର୍ଗ ଙ୍କୁ ପ୍ରେରଣା ଦେବା ସହ ନିଜେ କିଛି ଯୁବକ ଙ୍କ ସହ ମିଶି ଭାଗବତ ପାଠ କରୁଥଲେ। ଐଶ୍ୱାନେଶ୍ୱର ମନ୍ଦିର ର ସମସ୍ତ କାର୍ଯ୍ୟ ଯାନି ଯାତ୍ରା ରେ ସେ ପ୍ରମୁଖ ଭୂମିକା ସମ୍ପାଦନା କରି ଲୋକଙ୍କ ପ୍ରିୟ ପାତ୍ର ହୋଇଥିଲେ। ଚର୍ଚ୍ଚିକା ସାହି ରେ ରଥଯାତ୍ରା, ଦୋଳ ଯାତ୍ରା ରେ ସେ ସକ୍ରିୟ ଅଂଶ ଗ୍ରହଣ କରି ଲୋକଙ୍କୁ ଶୃଙ୍ଖଳା ର ସହ କିପରି ଯାତ୍ରା ସଂଗଠିତ ହେବ ସେ ସମ୍ପର୍କ ରେ ସଚେତନତା ସୃଷ୍ଟି କରିବା ସହ ନିଜେ ଅଂଶ ଗ୍ରହଣ କରିଥିଲେ। ତାଙ୍କର ଦୁଇ କନ୍ୟା ସନ୍ତାନ। ବାଙ୍କୀ ଚର୍ଚ୍ଚିକା ଶସ୍ମାନ ରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଥିଲା। ସାନ ଝିଅ ଦୀପ୍ତି ରେଖା ମିଶ୍ର ତାଙ୍କୁ ମୁଖାଅଗ୍ନି ଦେଇଥିବା ବେଳେ ବଡ଼ ଝିଅ ଶ୍ରୁତି ରେଖା ମିଶ୍ର ନୀତି କାନ୍ତି ରେ ସହଯୋଗ କରିଥିଲେ। ସ୍ବର୍ଗତ ମିଶ୍ର ଙ୍କ ବିୟୋଗ ରେ ବାଙ୍କୀ ର ପୂର୍ବତନ ବିଧାୟକ ଡ଼କ୍ଟର ଦେବାଶିଷ ପଟ୍ଟନାୟକ,ବାପୁଜୀ ସେବା ସଙ୍ଘ ର ସମସ୍ତ କର୍ମକର୍ତ୍ତା, ବାଙ୍କୀ ତଥା କଟକ ର ବହୁ ବୁଦ୍ଧି ଜୀବି ଜନସାଧାରଣ ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମା ର ସଦଗତି ପାଇଁ ମା ଚର୍ଚ୍ଚିକା ଓ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା କରିଥିଲେ। Categories: ଓଡ଼ିଶା, କଟକ, ହୋମ୍ Related Content ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ by Proprietor Abhimanyu Maharana June 22, 2026 ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ by Proprietor Abhimanyu Maharana June 22, 2026 ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ by Proprietor Abhimanyu Maharana June 22, 2026 ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ by Proprietor Abhimanyu Maharana June 22, 2026 ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ by Proprietor Abhimanyu Maharana June 22, 2026 ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକ ଙ୍କ ଉପରୁ ବାସନ୍ଦ ଉଠାଇଲେ ଗ୍ରାମବାସୀ - ସଫଳ ସାମାଜିକ ପୁନର୍ବାସ by Proprietor Abhimanyu Maharana June 22, 2026